ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୧୧୪୩ ପରୀକ୍ଷାର୍ଥୀ ଅନୁପସ୍ଥିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତମାସ ୭ ତାରିଖରେ ଶେଷ ହୋଇଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ସମୁଦାୟ ୨୦୬୬୪ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯୫୨୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୧୪୩ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ଆଳି ବ୍ଲକରେ ୯୩, ଡେରାବିଶ ବ୍ଲକରେ ୫୪, ଗରଦପୁର ବ୍ଲକରେ ୨୧, କେନ୍ଦ୍ରାପଡା ବ୍ଲକରେ ୧୪୦, ମାର୍ଶାଘାଇ ବ୍ଲକରେ ୫୬, ମହାକାଳପଡା ବ୍ଲକରେ ୨୧୬, ପଟ୍ଟାମୁଣ୍ଡାଇ ବ୍ଲକରେ ୧୮୧, ରାଜକନିକା ବ୍ଲକରେ ୧୨୮ ଓ ରାଜନଗର ବ୍ଲକରେ ୨୫୪ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଯେଉଁ ଯେଉଁ ସ୍କୁଲରେ ପରୀକ୍ଷାର୍ଥୀ ମାନେ ଅନୁପସ୍ଥିତ ଥିଲେ ଏହି ଅନୁପସ୍ଥିତି ସମ୍ପର୍କରେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଆସନ୍ତା ୨୦ ତାରିଖ ସୁଦ୍ଧା ସବିଶେଷ ବିବରଣୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ମଗାଯାଇଥିବା ଜଣାପଡିଛି । ସୂଚନଯୋଗ୍ୟ ଯେ ଏହି ଜିଲ୍ଲାରେ ୩୫୪ ହାଇସ୍କୁଲରେ ୧୦୭ ପରୀକ୍ଷା କେନ୍ଦ୍ର ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ