ବନ୍ଧୁ ପାଇଁ ଦିନଟିଏ ତୁ ମୋର ଜୀବନ ସାଥୀ…

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ହେଉଛି ବନ୍ଧୁ ପାଇଁ ଦିନଟିଏ । ପ୍ରତିବର୍ଷ ଭାରତରେ ଅଗଷ୍ଟ ମାସର ପ୍ରଥମ ରବିବାର ଟିକୁ ବନ୍ଧୁତା ଦିବସ ରୂପେ ପାଳନ କରାଯାଇଥାଏ । ବନ୍ଧୁତ୍ୱକୁ ମହବୁତ୍ ରଖିବା ଓ ବନ୍ଧୁର ସୁଖ, ଦୁଃଖରେ ଭାଗିଦାରୀ ହେବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । କଥାରେ ଅଛି ‘ବିପଦର ବନ୍ଧୁ ପ୍ରକୃତ ବନ୍ଧୁ’ । ଆଜିକାଲିକା ଲକ୍ଷ ଲକ୍ଷ ବନ୍ଧୁତା ଆମେ ଫେସ୍‌ବୁକ୍ ଏବଂ ହ୍ୱାଟସ୍‌୍‌ଅଫ୍‌ରେ ଦେଖୁଅଛେ । ଯାହା ଶୁଭେଚ୍ଛା ଓ ଗିଫ୍ଟ ଦିଆନିଆରେ ସୀମିତ । ଏଗୁଡ଼ିକ ଆମେ ପ୍ରତ୍ୟେହ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଥିବା ବେଳେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ୮ ବର୍ଷ ବୟସର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ ନିଜ ମନର ପ୍ରିୟ ବନ୍ଧୁକୁ ରଙ୍ଗ, ତୂଳୀରେ ପରିପ୍ରକାଶ କରି ଆଙ୍କିଛନ୍ତି ଏକ ସୁନ୍ଦର ଗଛର ଚିତ୍ର । ଗଛକୁ ସେ ପ୍ରିୟ ବନ୍ଧୁ ରୂପେ ଆପଣାଇ ନେଇଥିବା ବେଳେ ଗଛ ଉଦ୍ଦେଶ୍ୟରେ ସେ କୁହନ୍ତି-ତୁ ମୋର ଜୀବନ ସାଥୀ । ତୁ ମୋର ସବୁଠାରୁ ପ୍ରିୟ ବନ୍ଧୁ । ମୋର ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ତୁ ବିନା ସ୍ୱାର୍ଥରେ ସାହାଯ୍ୟ କରିଚାଲିଛୁ । ତୋର ଋଣ କେହି ଜୀବନରେ ସୁଝି ପାରିବେ ନାହିଁ । ବଞ୍ôଚବା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ, ଔଷଧ, ଅମ୍ଲଜାନ ଇତ୍ୟାଦି ଠାରୁ ଆରମ୍ଭ କରି ତୁ ମୋତେ ସବୁ ବିନା ସ୍ୱାର୍ଥରେ ଦେଇଚାଲିଛୁ । ଯାହାକୁ ସେ ଚିତ୍ର ମାଧ୍ୟମରେ ନିଖୁଣ ରୂପେ ଦର୍ଶାଇଛନ୍ତି । ମୁଁ ବଞ୍ôଚଥିବା ଯାଏ ତୁ ହିଁ ମୋର ଜୀବନ ସାଥୀ ହୋଇ ହିଁ ରହିବି ବୋଲି ଶାନ୍ତନୁ ଦୃଢତାର ସହ ଏହି ଅବସରରେ କହିଛନ୍ତି । କଅଁଳ ବୟସରେ ଏଭଳି ବିଚାର ଓ ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗିର ତୃତୀୟ ଶ୍ରେଣୀରେ ପାଠ ପଢୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ