ବନ୍ୟା ପ୍ରଭାବିତ ପରିବାର କୁ ପଲଥିନ ଓ ଶୁଖିଲା ଖାଦ୍ୟ ବଣ୍ଟନ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକ ବନ୍ୟାଞ୍ଚଳ କୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଗ୍ରସ୍ତ କରି ବିପନ୍ନ ଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ର ୭/୮ଦିନ ବିତିଥିଲେ ମଧ୍ୟ ପ୍ରଶାସନ ବିପନ୍ନ ପରିବାର କୁ ପଲଥିନ, ଗୋ ଖାଦ୍ୟ, ପିଇବା ପାଣି, କିରୋସିନ ଯୋଗାଇବାରେ ବିଫଳ ହୋଇଛି ବୋଲି ଶ୍ରୀପାତ୍ର ଅଭିଯୋଗ କରିଛନ୍ତି । ତୁରନ୍ତ ଗୃହ ହରାଇଥିବା, ଗୃହ ଛାଡି ଅନ୍ୟତ୍ର ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ପଲଥିନ, ରନ୍ଧାଖାଦ୍ୟ, କିରୋସିନ, ପିଇବା ପାଣି ଯୋଗାଇ ଦେବାକୁ ସେ ଦାବି କରିଥିଲେ। ପିପିଲି ବ୍ଲକ ର ହାଟସାହି, ସୁଜନ ପୁର, ଧାନକେରା ଓ ଡେଲାଙ୍ଗ ବ୍ଲକ ର କୋଠବାଡ଼ ଗ୍ରାମ ର ବନ୍ୟା ବିପନ୍ନ ପରିବାର କୁ ପଲଥିନ ଓ ଶୁଖିଲା ଖାଦ୍ୟ ଦଳ ପକ୍ଷରୁ ବଣ୍ଟନ କରା ଯାଇଥିଲା। ଶ୍ରୀ ପାତ୍ର ଙ୍କ ସହିତ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ୨୩ନମ୍ବର ଜୋନ ବିଜେପି ଜିଲ୍ଲାପରିଷଦ ପ୍ରାଥୀ ସୁରେନ୍ଦ୍ର ବେହେରା, ନାରାୟଣ ମିଶ୍ର, ମହେଶ୍ବର ବେହେରା, ପଦ୍ମଲାଭ ପ୍ରଧାନ, ସରୋଜ ପରିଡ଼ା, ବୁଦ୍ଧନାଥ ବେହେରା, ବିଶ୍ୱନାଥ ବେହେରା ପ୍ରମୁଖ ଏହି ବଣ୍ଟନ କାର୍ଯ୍ୟ କରିଥିଲେ।


