ନବ ନିଯୁକ୍ତ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଙ୍କୁ ସମ୍ବର୍ଦ୍ଧନା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଯୁବ ବିଜେଡ଼ି ତରଫରୁ ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏହି ସମର୍ଦ୍ଧନ। ଉଛବ ରେ ୪୯ନ ଯୋନ ର ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ,ଯୋଗ ଦେଇ ନୂତନ ଭାବେ ରାଜ୍ୟ ସରକାର ଙ୍କ ଦ୍ଵାରା ନିଯୁକ୍ତ ପାଇଥିବା ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଙ୍କୁ ଫୁଲତୋଡା,ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ସେହିପରି ଉକ୍ତ ଉଛବ ରେ ପିତାମ୍ବର ଆପଟ,ଶ୍ରୀ କୃଷ୍ଣ ଖଟେଇ,ହୃଷୀକେଶ ବିଷୋୟୀ, ଓ ବାବା ମୁକ୍ତେଶ୍ଵର ଯୁବକ ସଙ୍ଘ ମଙ୍ଗଳପୁର ର ସମସ୍ତ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟକ ବିଜୁ ପ୍ରେମୀ ଯୋଗ ଦେଇ ଜ୍ୟୋତିରଞ୍ଜନ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ସମାଜ ସେବୀ ମାଧବ ଚନ୍ଦ୍ର ଆପଟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


