ବରିଷ୍ଠ ନାଗରିକ ଙ୍କୁ ପରିଚୟପତ୍ର ପ୍ରଦାନ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଥାନା ପୋଲିସ ପକ୍ଷରୁ ନିମାପଡ଼ା ଏନ ଏ ସି ଅଞ୍ଚଳ ର ୭ଜଣ ବରିଷ୍ଠ ନାଗରିକ ଙ୍କୁ ଆଜି ନିମାପଡ଼ା ଥାନା ପରିସର ରେ ପରିଚୟ ପତ୍ର ପ୍ରଦାନ କରାଯାଇଛି। ୩ନଂ ୱାର୍ଡ ର ରଞ୍ଜନ କୁମାର ମହାନ୍ତି,୬ନଂ ୱାର୍ଡ ର ପୂର୍ଣ୍ଣ ଚନ୍ଦ୍ର ସେନାପତି, ୧୧ନଂ ୱାର୍ଡ ର ପ୍ରଶାନ୍ତ କୁମାର ଦାଶ,
ପବିତ୍ର ମୋହନ ବରାଳ, ରବୀନ୍ଦ୍ର କୁମାର ବରାଳ, ବିଭୂତି ଭୂଷଣ ଦାଶ, ସୁରେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି। ନିମାପଡା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର, ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ, ଶହିଦ ସ୍ମୃତି ସଂସଦ ର ବରିଷ୍ଠ ସଭ୍ୟ ଜୀବନାନନ୍ଦ ମହାପାତ୍ର, ସମାଜ ସେବୀ ବିନୋଦ ବିହାରୀ ସ୍ଵାଇଁ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।


