ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ବ୍ରହ୍ମପୁର ଇକୋସ୍ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ପକ୍ଷରୁ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି ।ଏହି ଶିବିରରେ ନିକଟସ୍ଥ ଗ୍ରାମ ଗୁଡିକରୁ ୫୨ ଜଣ ଗରୀବ ମହିଳା ଓ ପୁରୁଷ ହିତାଧିକାରୀ ନିଜ ନିଜର ଚକ୍ଷୁ ପରୀକ୍ଷା କରାଇ ଔଷଧ ଗ୍ରହଣ କରି ଥିଲେ ଏବଂ ୧୧ ଜଣ ଙ୍କୁ ମାଗଣାରେ ପରଳ ଅସ୍ତ୍ରୋପଚାର ପାଇଁ ଇକୋସ୍ ର ସ୍ବତନ୍ତ୍ର ବସ୍ ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।ଇକୋସ୍ ତରଫରୁ ଶିବିର ପରିଚାଳକ ରସିକରାଜ ଦିଗାଲ, ଚକ୍ଷୁ ପରୀକ୍ଷା ପରାମର୍ଶଦାତା ହରିସ୍ ସାହୁ, କାଲେବ ଜେନା, ସିୟୋନ ଭୂୟାଁ, ସବିତା ନାୟକ,ସଲ୍ଲିମ, ଫର୍ମାସିଷ୍ଟ ଗୌରୀ ଶଙ୍କର ମହାନ୍ତି,ହେମନ୍ତ କୁମାର ସିଂ ପ୍ରମୁଖ ପରୀକ୍ଷା ଶିବିର ପରିଚାଳନା କରିଥିଲେ ଏବଂ ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସଂପାଦକ ବାଉରୀବନ୍ଧୁ ସାହୁ ଓ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସୁଚାରୁରୂପେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ଏବଂ ବରିଷ୍ଠ ମଞ୍ଚର ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଇକୋସ୍ ତରଫରୁ ଏବଂ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ବହୁ ବାର ଏହି ପରି ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଉଥିବା ଯୋଗୁଁ ଅଞ୍ଚଳରେ ଆନନ୍ଦ ପ୍ରକାଶ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ