ବରିଷ୍ଠ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଆଖୁଆପଦା, (ବସନ୍ତ କୁମାର ବେହେରା) ; ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ବିରିଗଡିଆ ସରକାରୀ ଉ.ପ୍ରା. ବିଦ୍ୟାଳୟ ଠାରେ ବରିଷ୍ଠ ଶିକ୍ଷକ ଗଦାଧର ବାରିକଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ଧିରେନ କୁମାର ଦାସ, ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ଅବସରପ୍ରାପ୍ତ ଏବିଓ ଅଭିମନ୍ୟୁ ପ୍ରଧାନ, ପୁରୁଷୋତ୍ତମ ଧଳ, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇ କର୍ମ ନିବୃତ୍ତ ଶିକ୍ଷକଙ୍କର ଶିକ୍ଷା ପ୍ରଣାଳୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ମିଶ୍ର, ମାୟାଧର ଦାସ, ପ୍ରଫୁଲ୍ଲ ରାଉତ, ସୁବାଷ ରାଉତ, ଅଜୟ ନାୟକ, ଶରତ ଚନ୍ଦ୍ର ମହାପାତ୍ର, ପବନ କୁମାର ନାୟକ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ନିର୍ମଳା ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମଧୁସୂଦନ ମହାପାତ୍ର ସ୍ୱାଗତ ଭାଷଣ ଓ ଶିକ୍ଷକ ଅର୍ଜୁନ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


