ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ପରିବାର ସର୍ବସ୍ୱାନ୍ତ

ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା ) : ଭଣ୍ଡାରିପୋଖରୀ ବ୍ଲକ ଝୁଟଣା ପଂଚାୟତ ବ୍ରହ୍ମପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାର ସର୍ବସ୍ବାନ୍ତ ହୋଇଥିବା ଜଣାପଡିଛି।ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗ୍ରାମର ସୂର୍ଯ୍ୟମଣି ବିଶ୍ଵାଳ ଓ ବିଶ୍ଵନାଥ ବିଶ୍ବାଳଙ୍କର ସଂପୂର୍ଣ୍ଣ ବାସଗୃହ ପୋଡିଯାଇଛି। ଏହାସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ପରେ ସ୍ଥାନୀୟ ସ୍କୁଲରେ ସେମାନେ ସପରିବାର ରହୁଥିବା ବେଳେ ନେୟୀ ସୋଚ ସାମାଜିକ ସଂଗଠନ କ୍ଷତିଗ୍ରସ୍ତକୁ ଭେଟି ସମବେଦନା ଜଣାଇଛନ୍ତି। ଏହା ସହିତ ସଂଗଠନ ପକ୍ଷରୁ ବିଭିନ୍ନକୁ ସୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଛି। ଅନୁରୂପ ଭାବେ ପଂଚାୟତ ପକ୍ଷରୁ ସୁଖିଲା ଓ ରନ୍ଧା ଖାଦ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ଏଭଳି ଦୈଵଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ବିଭିନ୍ନ ସରକାରୀ ସହାୟତା ଯୋଗାଇବାକୁ ସାଧାରଣରେ ଦାଵି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ