ବର୍ଷେବି ଚାଲିଲାନି କୋଟିଏ ଟଙ୍କାର ପ୍ରକଳ୍ପ : ମାସକୁ ମାସ ବିଲ ନେଉଛି ବିଦ୍ୟୁତ ବିଭାଗ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା ଫେଲ ମାରିଛି । ବିଭିନ୍ନ ପଞ୍ଚାୟତରେ କୋଟି କୋଟି ଟଙ୍କା ବ୍ୟୟରେ  ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିବାବେଳେ ଅଧିକାଶଂ ପଞ୍ଚାୟତରେ ତାହା ଠିକ୍ ଭାବେ ଚାଲି ପାରିନି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତରେ । ଏଠାରେ ୨୦୧୫-୧୬ ଆର୍ଥକ ବର୍ଷରେ  ପାଖାପାଖି ୭୦ଲକ୍ଷ ଯଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ପାନୀୟ ପାଇପ ଯୋଗେ ଜଳପ୍ରକଳ୍ପ । ଏହି ପ୍ରକଳ୍ପରୁ କଳିଗାଁ, କଇଥ ଗଡିଆ, ଇଛାପୁର ପ୍ରଭୃତି ତିନୋଟି ଗାଁକୁ ପାନୀୟ ଜଳଯୋଗାଣ କରାଯିବା ସହିତ ତାମ୍ପଳା ଛକ ପର୍ଯ୍ୟନ୍ତ ପାଇପଲାାଇନ ବିଛା କାର୍ଯ୍ୟ ହୋଇଥିଲା । ଏଥିପାଇଁ ପ୍ରତି ସାହିରେ ଦୁଇ ତିନୋଟି ଲେଖାଏଁ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଥିଲା । ଲୋକମାନେ ଘର ପାଖରେ ପାଣି ପାଇବାନେଇ ଅନେକ ଆଶାବାଦୀ ଥିଲେ । ୨୦୧୬ରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବାପରେ ପଞ୍ଚାୟତକୁ ହସ୍ତାନ୍ତର କରାଯିବାର ମାସଟିଏ ପର୍ଯ୍ୟନ୍ତ ବି ପ୍ରକଳ୍ପଟି ଚାଲି ପାରିଲାନି । କେଉଁଟି ପାଇପ ଫାଟି ପାଣି ବାହାରିଲା ତ ଆଉ କେତେବେଳେ  ମଟରରୁ ପାଣି ଉଠିଲାନି । କିଛିଦିନ ଖରାପ ହୋଇ ପଡିବାପରେ ପୁଣି ମରାମତି କରାଯାଇ  ପାଣି ଉଠାଣ ହେଲା ଯେ ତାହା ମାତ୍ର ଦିନ କେଇଟା ବି ଗଲାନି ।  ଏନେଇ ପଞ୍ଚାୟତ କର୍ତ୍ତୁପକ୍ଷ ବ୍ଲକରେ ଅଭିଯୋଗ କଲେ କିନ୍ତୁ କିଛି ଫଳ ହେଲାନି । ପଞ୍ଚାୟତକୁ ଅନୁଦାନ ଯୋଗାଇ ଦିଆଯାଇଛି ପଞ୍ଚାୟତ କର୍ତ୍ତୁପକ୍ଷ ତାହାର ମରାମତି କରିବେ ବୋଲି କୁହାଗଲା । କିନ୍ତୁ ପଞ୍ଚାୟତ କର୍ତ୍ତୁପକ୍ଷ ସେପରି କିଛି କଲେନି । ତାଙ୍କ ଯୁକ୍ତି ଥିଲାକି ନୁଆ ପ୍ରକଳ୍ପଟି ବର୍ଷେ କି ଦୁଇବର୍ଷ ଚାଲିବାପରେ ଯଦି କିଛି ଅସୁବିଧା ହୁଅନ୍ତା ତେବେ ଆମେ ବୁଝିବୁ, କିନ୍ତୁ ଆରମ୍ଭରୁ ତ ପ୍ରକଳ୍ପ ଅଚଳ ତାକୁ ଆମେ କାହିଁକି ମରାମତି କରିବୁ ବୋଲି କହି କିଛିବି କଲେନି । ଏପରିକି ଦିନ କେଇଟା ଭିତରେ ବିଦ୍ୟୁତ ଟା୍ରନସଫରମରଟି ପୋଡିଗଲା ଯେ ଆଉ ମରାମତି ହେଲାନି । ଏବେ ପାଚେରୀ ମଧ୍ୟ ଭାଙ୍ଗି ପଡିଛି । ପ୍ରକଳ୍ପ ସମ୍ପୁର୍ଣ୍ଣ ଅଚଳ । ସରକାରଙ୍କ ଏହି ୭୦ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେଲା ବୋଲି ଗ୍ରାମର ଅନାଦି ବାରିକ, ସନାତନ ଜେନା,ନାରାୟଣ ସାମଲ ପ୍ରମୁଖ ଅଭିଯୋଗ କରିଛନ୍ତି ।   କିନ୍ତୁ ପ୍ରକଳ୍ପ ସିନା ଅଚଳ ହେଲା କିନ୍ତୁ ବିଦ୍ୟୁତ ବିଭାଗ ସବୁବେଳେ ସଚଳ ହୋଇ ରହିଲା । ଏହି ଅଚଳ ପ୍ରକଳ୍ପ ପାଇଁ ପ୍ରତିମାସ ବିଲ୍ ପରେ ବିଲ୍ ଲାଗୁଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ କୁମାର ଯେନାଙ୍କ କହିବାକଥା ଯେ ସେ ପୁର୍ବରୁ ସେ ଥରେ ୪୦ହଜାର ଓ ପୁଣି ଥରେ ୬୦ ହଜାର ବିଦୁ୍ୟତ ବିଲ୍ ଦେଇଥିଲେ । ଏବେ ପୁଣି ଦେଢ଼ଲକ୍ଷ ଟଙ୍କାର ବିଲ୍ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ କଲେବି କେହି ଶୁଣୁ ନଥିବା ସେ କହିଛନ୍ତି । ଉପରୁ ଚାପ ପଡୁଥିବାରୁ ଆମେ ବାଧ୍ୟ ହୋଇ ଅଚଳ ପ୍ରକଳ୍ପ ପାଇଁ ବିଦୁ୍ୟତ ବିଲ ବାବଦକୁ ତଣ୍ଡ ଗଣି ଚାଲିଛୁ ବୋଲି ସେ କହିଛନ୍ତି । ଖାଲି ଏହି ଗୋଟିଏ ପ୍ରକଳ୍ପ ନୁହଁ ବ୍ଲକରେ ୫୦ଭାଗ ପ୍ରକଳ୍ପର ଅବସ୍ଥା ସମାନ । ଓରାଳିରେ  ୬୦ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ପ୍ରକଳ୍ପ ନିର୍ମାଣ ହେଲା ଯେ ଦିନଟିଏ ବି ଚାଲିଲାନି । ଆରମ୍ଭରୁ ସବୁ ଷ୍ଟାଣ୍ଡ ପୋଟକୁ ପାଣି ଯାଇ ପାରିଲାନି । ଏନେଇ ବାରମ୍ବାର ଅଭିଯୋଗ କରିବାପରେ ବିଭାଗୀୟ ଅଧିକାରୀ ମାନେ ଏ ବାବଦରେ କୌଣସି ପଦକ୍ଷେପ ନନେବାରୁ ପ୍ରକଳ୍ପଟି ଆଦୌ କାର୍ଯ୍ୟକ୍ଷମ ହୋଇପାରିଲାନି । ପଞ୍ଚୁଗୋଛିଆ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା ।  ଏଠାରେ ୯୦ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ପ୍ରକଳ୍ପ ନିର୍ମାଣ ହେଲା ସତ ମାତ୍ର ଗାଁ ଲୋକଙ୍କୁ ଥରୁଟିଏବି ପାଣି ଯୋଗାଇବା ସମ୍ଭବପର ହୋଇ ପାରିଲାନି । ସରକାରକା ମାଲ ଦରିଆ ମେ ଡାଲ ନିତିରେ ପାନୀୟଜଳ ପ୍ରକଳ୍ପ ଚାଲୁଥିବାରୁ ତାହା ଅଚଳ ହୋଇପଡୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ