ଅବ୍ୟବସ୍ଥାରେ ନଳାଘାଟ ବିଦ୍ୟାଳୟ : ବିଦ୍ୟୁତ ସଂଯୋଗ କେବେ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏପରିକି ଅନେକ ବିଦ୍ୟାଳୟ ରହିଛି ଯେଉଁଠିକି ବିଦ୍ୟୁତ ବଲଵ ଓହଳିଛି ତାର ବିଞ୍ଚା ଯାଇଛି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି । ଶୌଚାଳୟ ଅଛି ହେଲେ କବାଟ ନାହିଁ । କେଉଁ ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ଶ୍ରେଣୀ ଗୃହର ଅଭାବ ତା ସାଙ୍ଗକୁ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅଭାବ । ଗଜପତି ଜିଲ୍ଲା ମୋହନା ବ୍ଲକର ନାଳାଘାଟ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ସଂଖ୍ୟା ରହିଛି ୧୪୭ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ୪ ଜଣ । ଶ୍ରେଣୀ ଗୃହ ରହିଛି ୩ଟି । ଶ୍ରେଣୀ ଗୃହ ଅଭାବରୁ ୩ଟି ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବସାଇ ପାଠ ପଢା ଯାଉଛି । ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ବାଧା ସୃଷ୍ଟି ହେଉଛି । ଖାଲି ସେତିକି ନୁହେଁ ଶୌଚାଳୟ ରହିଛି ଭଗ୍ନ ଅବସ୍ଥାରେ । କବାଟ ନଥିବାରୁ ଶୌଚ ଯିବାରେ ବାଧା ସୃଷ୍ଟି ହେଉଛି । ଛାତ୍ରଛାତ୍ରୀ ମାନେ ନିକଟରେ ଥିବା ବିଲ କିମ୍ବା ଲଟା ବୁଦା ନିକଟରେ ଝାଡା ଫେରନ୍ତି । ବିଦ୍ୟୁତ ସଂଯୋଗ ନଥିବାରୁ ପିଲାମାନେ ଖରା ଦିନେ ବହୁ କଷ୍ଟରେ ପାଠ ପଡନ୍ତି । ପାଚେରୀ ନଥିବାରୁ କୋୖଣସି ଗଛ ଲଗାଇଲେ ମଧ୍ୟ ରହୁନାହିଁ। ଗାଈ ଗୋରୁ ନଷ୍ଟ କରି ଦେଉଥିବା ଶିକ୍ଷକ ମାନେ କହିଛନ୍ତି । ଏ ସମ୍ପର୍କରେ ବହୁବାର ପ୍ରଶାସନକୁ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସୀ ସଫଳ ମିଳୁ ନ ଥିବା କହିଛନ୍ତିି ଅଭିବାଵକ ମାନେ । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଶ୍ରେଣୀ ଗୃହ , ଶିକ୍ଷକ ଶିକ୍ଷୟିତ୍ରୀ, ପାଚେରୀ, ଶୌଚାଳୟ ନିର୍ମାଣ କଲେ ପିଲାଙ୍କ ପାଠ ପଢାରେ ଉନ୍ନତି ହେବ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।


