ବସ୍ ଧକ୍କାରେ ଯୁବକ ମୃତ
ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଥାନା ଅନ୍ତର୍ଗତ ଜଗତସିଂହପୁର ମାଛଗାଁ ରାସ୍ତାର ଯୋଗଧାରି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଦେବ ବରାଳ(୩୦) ,ଯୋଗଧାରି ସର୍କିଟ ହାଉସ୍ ଠାରେ ଥିବା ନିଜ ଶଶୁର ଘରକୁ ଆସିଥିଲେ। ସେ ସକାଳୁ ମୁଖ୍ୟ ରାସ୍ତାରେ ବୁଲୁଥିଲେ । ମାଛଗାଁ ପଟୁ ଆସୁଥିବା ଯାତ୍ରୀ ବସ୍ ସାଇକ୍ରିଷ୍ଣା ତାଙ୍କୁ ଧକ୍କା ଦେଇଥିଲା । ସେ ସେହିଠାରେ ପଡିଯାଇଥିଲେ । ମୁଣ୍ଡରେ ଆଘାତ ହେତୁ ପ୍ରବଳ ରକ୍ତ ସ୍ରାବ ହେଉଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ପରେ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ନ୍ଯାୟ ଦାବିକରିଥିଲେ। ଖବର ପାଇ ଜଗତସିଂହପୁର ଥାନା ଅଧିକାରୀ ରଜନୀ କାନ୍ତ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କାରୀଙ୍କୁ ବୁଝାଇ ଥିଲେ ।ମୃତ ପରିବାର ପ୍ରତି ସହାୟତା ପାଇଁ ଉଦ୍ୟମ କରିବା ସହିତ ନ୍ୟାୟ ପାଇବା ବ୍ୟବସ୍ଥା ଗ୍ରହଣ କରିବାକୁ କହିଥିଲେ। ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧରୁ ନିବୃତ୍ତ ହୋଇ ଥିଲେ ।


