ବହୁଜନ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ଭବାନିପାଟଣା ରେ ରାସ୍ତା ଅବରୋଧ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧିନସ୍ତ ଘୋଟିଆ ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା ଦିନକୁ ଦିନ ଆନ୍ଦୋଳନ ତେଜିବାରେ ଲାଗିଛି ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ବହୁଜନ ଛାତ୍ର ସଂଗଠନ ଆଜି ଭବାନିପାଟଣା ନକ୍ଟିଗୁଡା ଠାରେ୨୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଛାତ୍ରୀ ଜଣଜ ଘୋଟିଆଗାଁର ବିଭେ ନିଆଲଙ୍କ ଝିଅ କନକ ନିଆଲ ବୋଲି ଜଣାପଡିଛି। ସେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶେଣୀର ଛାତ୍ରୀ ଥିଲେ । ମଙ୍ଗଳବାର ଦିନ ମଧ୍ୟାହ୍ନ ଛୁଟି ସମୟରେ ସେ ବାହାରକୁ ଚାଲିଯାଇଥିଲେ ଆଉ ଘରକୁ ଫେରି ନ ଥିଲେ । ଝିଅ ଘରକୁ ଫେରି ନ ଥିବା ନେଇ ପରିବାର ବହୁ ଖୋଜାଖୋଜି କଲେ ହେଲେ ପାଇ ନ ଥିଲେ । ପରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛ ଶାଖାରେ ନିଜ ବେକରେ ନିଜ ଓଢଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖିବାକୁ ପାଇଥିଲେ । ଝିଅକୁ ହତ୍ୟା କରାଯାଇଛି ବୋଲି ଗୋଳାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ସନ୍ଧେହ ରେ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ଏହା ଏକ ହତ୍ୟାକାଣ୍ଡ ଓ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆଜି ଭବାନିପାଟଣାରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ଫଳରେ ବରଗଡ/ବୋରିଗୁମ୍ମା ୨୬ ନମ୍ବର ଜାତୀୟ ଯାତାୟତ ବାଧାପ୍ରାପ୍ତ ହୋଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ