ଫିରିଙ୍ଗିଆ ରେ ଗୁଳି କାଣ୍ଡ ଦୁଇ ଗୁରୁତର

ଫୁଲବାଣୀ, (ସୁନୀଲ ବେହେରା):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁ ପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି l ଦୁର୍ବୁତ୍ତ ଙ୍କ ଗୁଳି ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଦୁଇଜଣ ହେଲେ ପ୍ରଭାସିନୀ ସାହାଣୀ, ଓ ଶୋଭାଜନ ସାହାଣୀ ଏ ଦୁହେଁ ସମ୍ପର୍କ ରେ ପୀଇସି ଓ ପୁତୁରା ବୋଲି ଜଣାପଡିଛି l ଫିରିଙ୍ଗିଆ ଥାନା ନୂଆପଦର ପଂଚାୟତ ବିଲୁ ପଦର ଗ୍ରାମରେ ଘଟିଛି ଏହି ଗୁଳି କାଣ୍ଡ lଘଟଣା ସ୍ଥଳ ରେ ପୋଲିସ ମୃତୟନ କରାଯଇଛି l ତେବେ ଗୁଳିକାଣ୍ଡ ର କlରଣ ଏଯାଏଁ ଜଣା ପଡ଼ିନାହିଁl
ପ୍ରଭାସିନୀ ଓ ଶୋଭାଜନ ଗାଁ ରେ ଘର ପାଖରେ ବୁଲୁଥିବାବେଳେ କେତକ ଦୁର୍ବୁତ୍ତ ବାଇକ ରେ ଆସି ଅତର୍କିତ ଗୁଳି ଚାଳ ନା କରି ଫେରାର ହୋଇଯାଇଥିବା ଜଣାପଡିଛି l ଆହତ ଦୁଇଜଣ ଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲ ରେ ଚିକିତ୍ସା ପାଈଁ ଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ଗୁରୁତର ଥିବାରୁ ପରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି l ଫିରିଙ୍ଗିଆ ପୋଲିସ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ