ବାଙ୍ଗ୍ଲାଦେଶରେ ପ୍ରଦର୍ଶିତ ହେବ ଓଡିଆ କ୍ଷୁଦ୍ର ଚଳଚିତ୍ର “ଫ୍ୟୁ ମାଇଲସ୍ ଆୱେ”
‘ଚିଲ୍ଡ୍ରେନ୍ ଫିଲ୍ମ ସୋସାଇଟି ଅଫ ବାଙ୍ଗ୍ଲାଦେଶ’ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ୧୩ତମ ଅନ୍ତର୍ଜାତୀୟ ଚିଲ୍ଡ୍ରେନ୍ ଫିଲ୍ମ ଫେସ୍ଟିଭାଲ ଅଫ ବାଙ୍ଗ୍ଲାଦେଶଠାରେ ପ୍ରଦର୍ଶିତ ହେବାକୁ ଯାଉଛି ଅଭିଷେକ ସ୍ୱାଇଁଙ୍କ ଦ୍ୱାରା ନିର୍ଦ୍ଦେଷିତ କ୍ଷୁଦ୍ର ଓଡିଆ ଚଳଚିତ୍ର ‘ଫ୍ୟୁ ମାଇଲସ୍ ଆୱେ’ । ଏକ ନିଆରା ଢଙ୍ଗରେ ନିର୍ମିତ ହୋଇଥିବା ଏହି ଚଳଚିତ୍ରରେ ସହର କିପରି ପ୍ରକୃତିକୁ ସଂକିର୍ଣ୍ଣ କରିବାରେ ଲାଗିଛି ତାହା ଦର୍ଶାଯାଇଛି । ଏହି ଚଳଚିତ୍ରରେ
ସହରି ଜୀବନକୁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ରେ ଦର୍ଶାଯାଇଥିବାବେଳେ ପ୍ରକୃତିକୁ କଲରଫୁଲ ଦର୍ଶାଯାଇଛି ।ଯେଉଁହାରରେ ପ୍ରକୃତିକୁ ସଂକିର୍ଣ୍ଣ କରି ସହର ଗଢି
ଉଠିବାରେ ଲାଗିଛି ଏହା ନବପିଢୀକୁ କିପରି ପ୍ରଭାବିତ କରୁଛି । ତାହା ହିଁ ଉକ୍ତ ପରିବେଷଭିତିକ ଚଳଚିତ୍ରର କାହାଣୀ ଉକ୍ତ ଚଳଚିତ୍ରରେ ସନ୍ତୋଷ କୁମାର ଦାସ ପ୍ରଯୋଜକ ଥିବାବେଳେ ଉପସ୍ଥାପକ ଅଛନ୍ତି ଡଃ କାଳନ୍ଦି ଚରଣ ସାହୁ ମୁଖ୍ୟ ଅଭିନୟରେ ଦେବସ୍ମିତା ସେନାପତି ନମସ୍ୟା ନାୟକ ଓ ଚିତ ନନ୍ଦ ଥିବାବେଳେ ଟେକ୍ ନିକାଲ ଦାୟିତ୍ୱ ତୁଲାଇଛନ୍ତି ସୁରଜ ପଟ୍ଟନାୟକ ଡଃ ଗୌରୀ ସତପଥୀ ଙ୍କ ସଂଳାପ ଓ ଅଭିଷେକ ସ୍ୱାଇଁଙ୍କ କାହାଣୀକୁଏକ ଭିନ୍ନ ଢଙ୍ଗରେ ଉପସ୍ଥାପିତ କରାଯାଇଛି । ପ୍ରକାଶ ଥାଉକି ଉକ୍ତ ଚଳଚିତ୍ରଟି ପୂର୍ବରୁ ଇଗ୍ନାଇଟ ଚଳଚିତ୍ର ସମାରୋହଠାରେ ପୁରଷ୍କୃତ ହୋଇସାରିଛି ।


