ଡ୍ରେଇନରେ ବାଉଁଶ ପୋତି ପ୍ରଶାସନ ନିରବ,ଦଶ ଦିନ ହେଲା ତିନି ସାହିକୁ ବଡଗାଡି ମନା

ବୁଗୁଡା- ବୁଗୁଡା ଏନ.ଏ.ସି ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗର,ମହିମା ନଗର ଓ ଅମିତ ନଗର ସହ ମୁଖ୍ୟ ରାସ୍ତାରୁ ସଂଯୋଗ ଥିବା ଜୀବନ ପାତ୍ର ଗଳି ରାସ୍ତାର ମଧ୍ୟଭାଗରେ ନିର୍ମାଣ ହୋଇଥିବା ଭୂତଳ ଡ୍ରେଇନର ମଇଳା ସଫା ହେଉଥିବା ସ୍ଥାନର ଘୋଡାଣିଟି ପ୍ରାୟ ୧୦ ଦିନରୁ ପୂର୍ବରୁ ଭାଙ୍ଗି ଯାଇଥିବା ବେଳେ ପ୍ରଶାସନ ଭଙ୍ଗା ଡ୍ରେଇନ ମଧ୍ୟରେ ଏକ ବାଉଁଶ ପୋତି ନିରବ ରହିବା ଯୋଗୁଁ ତିନି ସାହିକୁ ବଡ଼ ଗାଡି ଯାଇପାରୁନାହିଁ । ଡ୍ରେଇନ ଉପର ସିମେଣ୍ଟ ଘୋଡଣିଟି ସଠିକ ଭାବେ ନିର୍ମାଣ ହୋଇନଥିବା ଯୋଗୁଁ ଏକ ଚାରି ଚକିଆ ଗାଡି ଯିବା ବେଳେ ଘୋଡ଼ଣି ଭାଙ୍ଗି ଡ୍ରେଇନ ମଧ୍ୟକୁ ଗଳି ପଡିଥିଲା । ସେହି ଦିନଠାରୁ ପ୍ରଶାସନ,ରାସ୍ତା ମଧ୍ୟ ଭାଗରେ ଥିବା ସେହି ଭଙ୍ଗା ଡ୍ରେଇନ ମଧ୍ୟରେ ଏକ ବାଉଁଶ ପୋତି ନିରବ ଦ୍ରଷ୍ଟା ସାଜିଛି । ଯାହା ଫଳରେ ଏହି ଗଳି ଦେଇ କେବଳ ଦୁଇ ଚକିଆ ଯାନବାହନ ଚଳାଚଳ କରିବା ସହ ଜନସାଧାରଣ ଚାଲିକରି ଯିବା ସମ୍ଭବ ହେଉଅଛି । ସାହି ମଧ୍ୟକୁ ବଡ ଗାଡି ଯାଇପାରୁନଥିବା ଯୋଗୁଁ ଆମ୍ବୁଲେନ୍ସ ସେବା ବ୍ୟାଘାତ ହେବାସହ ତିନି ସାହିର ନିର୍ମାଣାଧୀନ କାର‌୍ୟ୍ୟ ହୋଇପାରୁ ନାହିଁ । ତୁରନ୍ତ ଡ୍ରେଇନ ଉପର ଘୋଡଣି ମରାମତି କରିବା ପାଇଁ ଜନସାଧାରଣ ଦୃଢ଼ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ