ସ୍କୁଲ ସମ୍ମୁଖରେ ଅସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୬୫,୦୦୦ଉଠାଣ ଟଙ୍କାକୁ ଝାମ୍ପି ନେଲେ କଳା ପଲସର ଆତଙ୍କି

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଦିନ ଦ୍ବିପହରରେ ପୁଣି ନଗଦ ୬୫୦୦୦ ଟଙ୍କା ଲୁଟ କଲେ ଲୁଟେରା। ପୋଲିସ ପେଟ୍ରୋଲିଂ ଚାଲିଥିବା ସତ୍ତ୍ୱେ ପୋଲିସ କୁ ଚ୍ୟାଲେଞ୍ଜ କରି ଲୁଟ କରୁଛନ୍ତି ଲୁଟେରା। ଗତ କିଛି ଦିନ ଧରି ରାଇରଙ୍ଗପୁର ସହରରେ କ୍ରମାଗତ ଭାବେ ଲୁଟ ଛିନତାଇ ଘଟଣା ଘଟୁଥିଲେ ମଧ୍ୟ ଲୁଟେରା ଙ୍କ କୌଣସି ଟେର୍ ପାଉନି ପୋଲିସ। ଆଜି ମଧ୍ୟ ଏପରି ଏକ ଲୁଟ ଘଟଣା ସାମ୍ନା କୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ୱାର୍ଡ଼ ନଂ ୧୦ ଅଁଳାଡୁବା ରୁ। ସୂଚନା ଅନୁଯାୟୀ ୱାର୍ଡ଼ ନଂ ୧୦ ଅଁଳାଡୁବା ର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସୁଦର୍ଶନ ସେଠୀ ଓ ତାଙ୍କ ସ୍ତ୍ରୀ ସୁବାଷିନି ସେଠୀ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ନଗଦ ୬୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତେବେ ପାଖରେ ଥିବା ୫୦୦୦ ଟଙ୍କା ମିଶି ସର୍ବମୋଟ ୬୫୦୦୦ ଟଙ୍କା ଓ ଗୋଟିଏ ମୋବାଇଲ ଏକ ଲେଜିଜ୍ ପର୍ସ ରେ ଧରି ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଙ୍କ ସ୍ତ୍ରୀ ଧରି ତାଙ୍କ ସ୍ବାମୀ ଙ୍କ ସହ ଏକ ବାଇକ ଯୋଗେ ଅଁଳାଡୁବା ସ୍ଥିତ ବାସଭବନ କୁ ଯାଉଥିଲେ। ତେବେ ଅଁଳାଡୁବା ସ୍ଥିତ ବାଦାମିବାଇ ୟୁପି ସ୍କୁଲ୍ ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ ଯୋଗେ ଆସି ତାଙ୍କ ସ୍ତ୍ରୀ ଧରିଥିବା ପର୍ସ ଟି ଲୁଟ କରି ଦୃତ ଗତିରେ ଖସି ପଳାଇ ଯାଇଥିଲେ। ଏ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ