ବାରିପଦା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ କୁନେଇ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଠାରେ ଆଗାମୀ ୨୭’ତାରିଖରେ ବାରିପଦା ଠାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉଦ୍ଧେଶ୍ୟରେ ହେବାକୁଥିବା ଶିଳାନ୍ୟାସ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ପୂର୍ବତନ ରାଜ୍ୟ ମୁଖପାତ୍ର ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଜୀବନ କୁମାର ସାହୁ ଯୋଗ ଦେଇଥିଲେ।ବିଭିନ୍ନ ବ୍ଲକରୁ ଆସିଥିବା ବିଜେପି,ବିଶ୍ବହିନ୍ଦୁ ପରିଷଦ,ବଜରଙ୍ଗ ଦଳ,ବନବାସୀ କଲ୍ୟାଣ ଆଶ୍ରମର କାର୍ଯ୍ୟକର୍ତ୍ତା ମାନେ ମୁଖପାତ୍ର ଜୀବନ ସାହୁ’ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ,ଜୀବନ ସାହୁଙ୍କ ସହିତ ବିଜେପି ପୂର୍ବ ମୟୁରଭଞ୍ଜ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ମଲ୍ଲୀକ,ଜିଲ୍ଲା ଆଇଟି ମିଡିଆ ସେଲ୍ ସଭାପତି ଆଲୋକ ପଣ୍ଡା,ରାଇରଙ୍ଗପୁର ଆଇଟିଡିଏ ସାଂସଦ ପ୍ରତିନିଧି ବରୁଣ କୁମାର ଦେ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜୀବନ ସାହୁ ଆଗାମୀ ୨୭’ନଭେମ୍ବର ରେ ବାରିପଦା ଠାରେ ପ୍ରତିଷ୍ଠା ହେବାକୁଥିବା ଭବ୍ୟ ଶ୍ରୀରାମ ମନ୍ଦିର ଉଦ୍ଧେଶ୍ୟରେ ଅନୁଷ୍ଠିତ ହେବାକୁଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ହେବାକୁ ଆମନ୍ତ୍ରଣ କରିବା ସହିତ ଉକ୍ତ ଶିଳାନ୍ୟାସ କାର୍ଯକ୍ରମରେ ମୁଖ୍ୟ ଅତିଥୀ ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ମୂଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଫାଗୁରାମ ମାର୍ଣ୍ଡି ଅଧ୍ୟକ୍ଷତା କରିଥିବାବେଳେ ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ମୟୁରଭଞ୍ଜ(ରାଇରଙ୍ଗପୁର) ଜିଲ୍ଲା ସଭାପତି ମଧୁସୂଦନ ଦାସ,ଜିଲ୍ଲା ସମ୍ପାଦକ ବିକାଶ ଦାସ,ବହଳଦା ବିଧାୟକ ପ୍ରତିନିଧି ହୀରନ ବସା,ଯାମଦା ବିଧାୟକ ପ୍ରତିନିଧି ବିଜୁଗୋପାଲ ଗୋପ,ବହଳଦା ବିଜେପି ମଣ୍ଡଳ ଉପସଭାପତି ଦଶରଥ ମଣ୍ଡଳ,ବଡଡାଳିମା ମଣ୍ଡଳ ସଭାପତି ସୁନୀଲ ସାଉଁୟା,ସୁବାଷ ସାହୁ,ସଞ୍ଜୀବ ସାହୁ,ବିଜେପିର ବରିଷ୍ଠ ନେତା ଘାଷିନାଥ ସାହୁ,ଧନେଶ୍ବର ମହାପାତ୍ର,ବାବଲୁ ଟୁଡୁ,ରାମେଶ୍ବର ପୁର୍ତ୍ତି,ଶେଖରଚନ୍ଦ୍ର ସୋଏ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ