ବରିଷ୍ଠ ଆଇନଜୀବୀଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ସାରୋ ଗ୍ରାମର ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ଆଇନଜୀବୀ ଅଶୋକ ମହାପାତ୍ରଙ୍କର ଆଜି ୬୧ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ମହାପାତ୍ର ଓଡିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ପ୍ରାକ୍ତନ ସଭାପତି ଥିବାବେଳେ ଅନେକ ଚର୍ଚ୍ଚିତ ମାମଲାର ପରିଚାଳନା କରି ବେଶ ପ୍ରସଂଶିତ ହୋଇପାରିଥିଲେ । ସେ କିଛିଦିନ ଧରି ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ହେଉଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି । ତାଙ୍କ ପାର୍ଥିବ ଶରୀର କଟକ ସ୍ଥିତ ତେଲେଙ୍ଗା ବଜାର ବାସଭବନରେ ପହଞ୍ଚିବା ପରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଏକମାତ୍ର ପୂତ୍ର ଆଲୋକ କୁମାର ମହାପାତ୍ର ମୁଖାଗ୍ନି ଦେଇଥିବା ଜଣାପଡିଛି । ସ୍ୱର୍ଗତ ମହାପାତ୍ରଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଗାଁ ମାଟି ସାରୋ ଠାରେ ଏକ ଉଚ୍ଚ ବିଦ୍ୟାଳୟ ସହିତ ଦାତବ୍ୟ ଚିକିତ୍ସା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହୋଇପାରିଛି । ତାଙ୍କ ପରଲୋକ ଖବର ଜଣାପଡିବା ପରେ ଗାଁ ସହିତ ବ୍ଲକ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ