ବାଲୁକା ଶିଳ୍ପୀ ମାନସ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସ୍ୟାଣ୍ଡ ଆନିମେସନ ଚଳଚ୍ଚିତ୍ର ପ୍ରସ୍ତୁତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଏହି ସ୍ୟାଣ୍ଡ ଆନିମେସନ ଚଳଚ୍ଚିତ୍ର ଟି ୫ ମିନଟ ୩୪ ସେକେଣ୍ଡ ର ଜ୍ଝ ଏହି ଭିଡ଼ିଓ କୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ ୨୦ଘଣ୍ଟା ସମୟ ଲାଗିଥିଲା ଜ୍ଝ ଏହି ସମ୍ପୂର୍ଣ ଭିଡ଼ିଓ ରେ ମନ୍ଦିର ର ନିର୍ମାଣ ଖବର ଶୁଣି ଜନସମାଜ ଖୁସି ରେ ପୁଲକିତ ହୋଇଯାଉଛନ୍ତି ସାଧୂସନ୍ଥ, ପ୍ରତେକ ସନାତନପ୍ରେମୀ ମାନେ ଶୋଭାଯାତ୍ରା କରୁଛନ୍ତି ଜ୍ଝ ୫୦୦ବର୍ଷ ର ସ୍ବପ୍ନ ପୂର୍ଣ୍ଣ ହେବାକୁ ଯାଉଛି ସାରା ଭାରତ ବର୍ଷ ରେ ସମସ୍ତେ ଆନନ୍ଦ ଉତ୍ସାହ ରେ ଖୁସି ହୋଇଯାଉଛନ୍ତି ଜ୍ଝ ଏହି ସବୁ କୁ ସ୍ୟାଣ୍ଡ ଆନିମେସନ ଭିଡ଼ିଓ ରେ ଦେଖାଇଛନ୍ତି ମାନସ ସାହୁ ଏବଂ ସେ ତାଙ୍କ ଭିଡ଼ିଓ ରେ ୫ ଅଗଷ୍ଟ ୨୦୨୦ ଯେଉଁଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରୁଥିବାର ଚିତ୍ରଣ ମଧ୍ୟ୍ୟ କରିଛନ୍ତି ଜ୍ଝ ଦେଶ ବିଦେଶ ରୁ ସମସ୍ତ ସନାତନ ପ୍ରେମୀ ମାନେ ସହଯୋଗ ର ହାତ ବଢ଼ାଇବା ସହିତ ମନଖୋଲିକି ରାମଲାଲା ଙ୍କ ପାଇଁ ଉପହାର ମାନ ଦେଇଛନ୍ତି ଜ୍ଝ ଏବଂ ମନ୍ଦିର ର ନିର୍ମାଣ କାର୍ୟ୍ୟ ଜୋରସୋର ରେ ଆରମ୍ଭ ହେଉଛି ସମସ୍ତ କଳାକାର, ଇଂଜିନିୟର ମାନେ ଅହରହ ଦିନ ରାତି ମିଶି ଭବ୍ୟ ମନ୍ଦିର ନିର୍ମାଣ କାର୍ୟ୍ୟ କରିବାରେ ଲାଗିପଡିଛନ୍ତି ଜ୍ଝ ତାପରେ ଭବ୍ୟ ମନ୍ଦିର ର ନିର୍ମାଣ ହେଲା ଜ୍ଝ ମନ୍ଦିର ନିର୍ମାଣ ପରେ ସମସ୍ତେ ଶୋଭାଯାତ୍ରା, କଳସ ଯାତ୍ରା ହେବାର ଦୃଶ୍ୟ, ରାମଲାଲା ଙ୍କ ପ୍ରାଣପ୍ରତିଷ୍ଠା ର ଉତ୍ସବ କୁ ଅତି ସୁନ୍ଦର ନିଖୁଣ ଭାବରେ ନିଜ ମୁଠାଏ ବାଲି ରେ ପ୍ରସ୍ତୁତ କରିଛନ୍ତି ଆନ୍ତଜାତୀୟ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ I


