ନିଳୋକ ହାଇସ୍କୁଲରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ମନମୋହନ ଆଚାର୍ଯ୍ୟ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ତଥା ସାହିତ୍ୟର ଉନ୍ନତି ହେଲେ ସମାଜର ଉନ୍ନତି ହେବ ବୋଲି କହିଥିଲେ । ଏଥିରେ ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ପ୍ରାକ୍ତନ ଶିକ୍ଷକ ସୁଧାକର ପଣ୍ଡା, ଏସ୍.ଏମ୍.ଡି.ସି ସଦସ୍ୟ ହରେକୃଷ୍ଣ ଦାଶ, ମୋ ସ୍କୁଲ ଆଲୁମିନି ତପନ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ରବି ନାରାୟଣ ପାଣି ମଞ୍ଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଶେଷରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା କ୍ଲବକୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପାଗଳା ସିଂ, ଅସିତ୍ କୁମାର ପୁହାଣ, ଦିନେଶ ନାଏକ, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ, ଅଫିସ ଆସିଷ୍ଟାଣ୍ଟ ରବିନ୍ଦ୍ର ମୋହନ ମାଝୀ, କର୍ମଚାରୀ ସୌମ୍ୟରଂଜନ ସାହୁ ସହଯୋଗ କରିଥିଲେ ।


