ବିଶ୍ୱ କର୍କଟ ଦିବସ ଅବସରରେ ସଚେତନତା ସଭା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ମଙ୍ଗଳବାର ଦିନ ଦାମୋଦରପୁର ଅଂଚଳରେ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମଦନମୋହନ ଦତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ କର୍କଟ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର ଏଥିରେ ଯୋଗ ଦେଇ କର୍କଟ ରୋଗର କାରଣ ଓ ନିଦାନ ସଂପର୍କରେ ଆଲୋଚନା କରିଥିଲେ । ସୁନହଟ ମେଡିକାଲର ମେଡିକାଲ ଅ‘ିସର ଡାକ୍ତର ମମତା ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ଦାସ, ସହକାରୀ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରମଣୀ କାନ୍ତ ଭଞ୍ଜ, ଜନସ୍ୱାସ୍ଥ୍ୟ ପରିଚାଳକ ସହରାଂଚଳ ଶ୍ରୀ ସଂଜୟ କୁମାର ପରିଡା, ସହକାରୀ ଜନସ୍ୱାସ୍ଥ୍ୟ ପରିଚାଳକ ‘ନୀଭୂଷଣ ପଟ୍ଟନାୟକ, ଆଶା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତି ଥିଲେ ।


