ବାଳିକା ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ କମିଟି ବୈଠକ
ପାରଳାଖେମୁଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ପାରଳାଖେମୁଣ୍ଡି ସ୍ଥିିତ ବାଳିକା ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ପାଳନ କମିଟିର ଦ୍ୱିତୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କମିଟିର ସଭାନେତ୍ରୀ ମିନାକ୍ଷୀ ସାହୁ ସଭାପତିତ୍ୱ କରିଥିବା ବେଳେ ଆଗାମୀ କାର୍ଯ୍ୟସୂଚି ଉପରେ ଆଲୋକପାତ କରିଥିଲେ । ସଂପାଦିକା ଡକ୍ଟର ଭରତୀ ପାଣିଗ୍ରାହି ମୁଖ୍ୟ ଅତିଥିରୁପେ ଯୋଗ ଦେଇ ଉତ୍ସବ ମହାଡମ୍ବର ସହ ପାଳନ କରିବା ନିମନ୍ତେ ପୁରାତନ ଛାତ୍ରୀଙ୍କ ଠାରୁ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ ।ଏହୌି ଅବସରରେ ଶିକ୍ଷୟତ୍ରୀ ଇନ୍ଦିରାବାଇ ମିଶ୍ର, ଓ ଗୀତାଞ୍ଜଳି ଦାଶ,ସ୍ମରଣୀକା କମିଟିର ଅଧକ୍ଷାରୁପେ କାର୍ଯ୍ୟକରିବା ପାଇଁ ମନୋନୀତ ହୋଇଥିଲେ ।ବିଦ୍ୟାଳୟର ପୁରାତନ ସ୍ମ୍ମୃତି ଓ ନାରୀ ଶିକ୍ଷାର ବିକାଶ ଇତ୍ୟାଦି ବିଷୟବସ୍ତୁକୁ ଆଧାର କରି ଓଡିଆ ,ହିନ୍ଦି , ଇଂରାଜୀ,ଲେଖା ଓ ଫଟୋ ପୁରାତନ ଛାତ୍ରୀ ମାନଙ୍କ ଠାରୁ ଆସନ୍ତା ମାସ ଶେଷ ସୁଦ୍ଧା ସଂଗ୍ରହ କରାଯାଇ ଏକ ସ୍ମରଣୀକା ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ପରବର୍ତ୍ତୀ ବୈଠକ ଆସନ୍ତା ମାସ ୨ ତାରିଖରେ ଅନୁଷ୍ଠିତ ହୋଇ ଅନ୍ୟନ୍ୟ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିଷ୍ପ୍୍ତି ନେଇଥିଲେ । ଏଥିସହ ପ୍ରଧାନଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ କରିବା ପାଇଁ ପୁରାତନ ଛାତ୍ରୀ ମାନଙ୍କୁ ଅନୁରୋଧ କରାଯାଇଥିଲା ।କମିଟିର କାର୍ଯ୍ୟକାରୀ କାର୍ଯ୍ୟକାରୀ ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀ ,ଜି.ସୁଦର୍ଶନ ରାଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


