ବିକଳାଙ୍ଗଙ୍କପ୍ରତି ସରକାର ବାବୁମାନଙ୍କ ନଜରପଡିବ କେବେ !
କଳାହାଣ୍ଡି,(ଓ୍ବାଇଏନ୍ଏସ୍):କେନ୍ଦ୍ର ଓ ରାଜ୍ୟସରକାର ଭିନ୍ନକ୍ଷମ ମାନଙ୍କପାଇଁ ଏତେ ସବୁ ଯୋଜନାକରି ଥିଲେ ମଧ୍ୟ ତାହା ପହଞ୍ଚି ପାରୁନାହିଁ ଏହି ଛୋଟପୁଅ ସୁଶାନ୍ତ ଙ୍କ ପାଖରେ| ଆମେକହୁଛୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକେନ୍ଦୁମୁଡି ପଞ୍ଚାୟତ ଦର୍ଲିପଡା ଗ୍ରାମର ରୁକଧର ରଣା ଓ କୁନ୍ତଳା ରଣଙ୍କ ପୁଅ ସୁଶାନ୍ତ ରଣା ଙ୍କ କଥା |
ସୁଶାନ୍ତ ଙ୍କ ଗୋଡ଼ ଦୁଇଟି ଜନ୍ମ ହବାରୁ ହିଁ ଅଚଳ ହୋଇ ଥିବାରୁ ତାଙ୍କ ବାପା ମା ତାଙ୍କୁ ଚିକିତ୍ସା ପାଇଁ ଅନେକ ହସପିଟାଲ କୁନେଇଥିଲେ ଓ ଗୋଡ଼ କୁ ଅପ୍ରସନ ମଧ୍ୟ କରିଥିଲେ | ତଥାପିବି ସୁଶାନ୍ତଙ୍କ ସେହିଅବସ୍ଥା ହେବାରୁ ଏବେ ତାଙ୍କ ପରିବାର ସୁଶାନ୍ତ ପାଇଁ ଚିନ୍ତା !ସୁଶାନ୍ତ ଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇବି ତାଙ୍କୁ କିଛି ସରକାରଙ୍କ ସାହାଯ୍ୟ ପାଉନଥିବାରୁ ବହୁ ଆଶଙ୍କାରେ ପଡିରହିଛନ୍ତି ଓ ବ୍ଲକ ପ୍ରଶାସନକୁ ସୁଶାନ୍ତଙ୍କ ବାପା ଯେତେ ଜଣାଇଲେମଧ୍ୟ ସୁଶାନ୍ତଙ୍କ ପ୍ରତିକେହି ଦୁଷ୍ଟିବି ଦେଉନାହାନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଛନ୍ତି | ସୁଶାନ୍ତଙ୍କୁ କେବେ ସରକାରଙ୍କ ସାହାଯ୍ୟ ମିଳିବ ତାହାକୁ ଚାତକ ପରିଚାଇଁବସିଛନ୍ତି ତାଙ୍କପରିବାର ଲୋକ !


