ବିକଳାଙ୍ଗ ଯୁବକଙ୍କୁ ଚାରିଜଣ ଯୁବକଙ୍କ ନିସ୍ତୁକ ମାଡ଼,ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ବାଲେଶ୍ଵର, (ସରୋଜ ପଣ୍ଡା) : ମାନସିକ ବିକଳାଙ୍ଗ ଯୁବକଙ୍କୁ ରାତି ତମାମ ଚାରିଜଣ ଯୁବକ ନିସ୍ତୁକ ମାଡ଼ ମାରି ଗୁରୁତର କରି ବଣ ପାରିଆ ଖେଳ ପଡିଆ ରେ ଛାଡି ପଳାଇ ଯାଇଥିବା ଯୁବକଙ୍କୁ ସକାଳେ ଗ୍ରାମବାସୀ ଉଦ୍ଧାର କରି ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ଗୁରୁତର ଯୁବକ ହେଲେ ଶିଳ୍ପାଞ୍ଚଳ ଥାନା ଛଣପୁର ଅଞ୍ଚଳର ହେମନ୍ତ ପାତ୍ର।ସୂଚନା ମୁତାବକ ହେମନ୍ତ ଙ୍କ ମାନସିକ ବିକଳାଙ୍ଗ କାରଣରୁ ଏଣେ ତେଣେ ବୁଲୁଥାନ୍ତି।ଗତକାଲି ବିଳମ୍ବିତ ରାତିରେ ସଦର ଥାନା ବଣ ପାରୀଆ ଅଞ୍ଚଳର ଖେଳ ପଡିଆ ଠାରେ ସ୍ଥାନୀୟ ଅଂଚଳର ଚାରି ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ହେମନ୍ତଙ୍କୁ ରାତି ତମାମ ନିସ୍ତୁକ ମାଡ଼ ମାରି ଗୁରୁତର କରି ପଡ଼ିଆରେ ପକାଇ ଦେଇ ପଳାଇଥିଲେ।ସକାଳେ ସ୍ଥାନୀୟ ଲୋକେ ହେମନ୍ତଙ୍କୁ ମୂର୍ମୂଷ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ପୋଲିସ କୁ ଜଣାଇଥିଲେ।ଏଥି ସହ ଘଟଣାର ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ଧରି ପୋଲିସ ଜିମା ରେ ଦେଇଥିବା ଜଣାପଡିଛି। ଏ ନେଇ ଗୁରୁତର ଯୁବକଙ୍କ ସାନ ଭାଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


