‘ବିଗବସ’ ଘରେ ମାଧୁରୀ !
ରବିବାରଠୁ ଆରମ୍ଭ ହୋଇଯାଇଛି ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ”ବିଗବସ’-୧୩’? ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ଆଉ ତା’ସହିତ ଏଥର ଏହି ଶୋ’ରେ କେଉଁମାନେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି, ତାହା ବି ସ୍ପଷ୍ଟ ହୋଇଯିବ । ତେବେ ତା’ପୂର୍ବରୁ ‘ବିଗବସ’ରେ ପ୍ରଥମ ଏଣ୍ଟ୍ରି କରିଛନ୍ତି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସେ ସଲମାନ୍ଙ୍କ ସହ ‘ବିଗବସ’ ଘରେ ଏଣ୍ଟ୍ରି କରିବା ସହ ଡ୍ୟାନ୍ସ ମଧ୍ୟ କରିଛନ୍ତି । ସଲମାନ୍ ଓ ମାଧୁରୀ “ସାଜନ’ ଫିଲ୍ମର “ଦେଖା ହୈ ପେହେଲି ବାର୍’ ଓ “ବଜରଙ୍ଗୀ ଭାଇଜାନ୍’ର “ଆଜ୍ କି ପାର୍ଟି ମେରି ତରଫସେ’ ଗୀତରେ ଡ୍ୟାନ୍ସ କରିଥିଲେ । ଆଉ ଏହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଇଛି । ତେବେ ମାଧୁରୀ ଏଥିରେ ପ୍ରତେିଯାଗୀ ଭାବେ ସାମିଲ ହାଇ ନାହାନ୍ତି । ବାସ୍ତବରେ ଏହି ଭିଡିଓ ଜରିଆରେ “ଡ୍ୟାନ୍ସ ଦିବାନେ’ର ଗ୍ରାଣ୍ଡ ଫାଇନାଲର ପ୍ରମୋସନ୍ କରାଯାଇଥିଲା, ଯେଉଁଥିରେ ସେ ଜଜ୍ ଥିଲେ । ଏହି ଶୋ’ ଶନିବାର ସରିଯାଇଛି । ଅନ୍ୟପକ୍ଷରେ ଏହି ଭିଡିଓ ମାଧ୍ୟମରେ ଅନେକ ବର୍ଷ ପରେ ପୁଣି ଥରେ ସଲମାନ୍ ଓ ମାଧୁରୀ ଏକାଠି ଡ୍ୟାନ୍ସ କରିବା ଦେଖିବାକୁ ମିଳିଛି । ଦର୍ଶକ ଭିଡିଓଟିକୁ ବେଶ୍ ପସନ୍ଦ କରୁଛନ୍ତି । ଏହାକୁ “ବିଗବସ୍’ ନିଜ ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ମଧ୍ୟ ପୋଷ୍ଟ୍ କରିଛି ।


