ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନକଲି ଡାକ୍ତର ଙ୍କ ଯୋଗୁ ଦୁର୍ଦଶା ରେ ଅଞ୍ଚଳବାସୀ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଯୋଗ୍ୟ ଡାକ୍ତର ଙ୍କ ଅଭାବ ଯୋଗୁ ଜିଲ୍ଳାର ବିଭିନ୍ନ ଅଞ୍ଚଳ ରେ ନକଲି ଡାକ୍ତର ବା କ୍ଵାକ ଡାକ୍ତର ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି I ପଶୁଙ୍କୁ ଦିଆଯାଉଥିବା ଇଞ୍ଜେକସନ ମଣିଷକୁ ଦେଇଛି ନକଲି ବା କ୍ଵାକ ଡାକ୍ତର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ମହୁଲଡିହା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏହାକୁ ନେଇ ଗାଁରେ ଉତ୍ତେଜନା ହେବା ପରେ ପୁଲିସ ଠକ ଡାକ୍ତର ବିଶ୍ୱନାଥ ବେହେରାଙ୍କୁ ଥାନାକୁ ଉଠାଇ ଆଣି ଅଣ୍ଡରଟେକିଂ ଲେଖି ଛାଡି ଦେଇଥିବା ଜଣାପଡିଛି । ସମ୍ପୃକ୍ତ ଠକ ଜଣକ ଡାକ୍ତରୀ କିମ୍ବା ଫାର୍ମାସୀ ପାଠ ପଢି ନାହାନ୍ତି, କେବଳ ପ୍ରାକ୍ଟିସ ଅଛି ବୋଲି ଦାବି କରୁଥିବା ଜଣାପଡିଛି । ସୂଚନା ଅନୁସାରେ ମହୁଲଡିହା ଗାଁର ଶ୍ରୀକାନ୍ତ ମହାନ୍ତଙ୍କର କିଛି ଦିନରୁ ଅଣ୍ଟା ବିନ୍ଧୁଥିଲା, ଏହି ସମୟରେ ଗାଁରେ ନକଲି ଡାକ୍ତର ବିଶ୍ୱନାଥ ପହଞ୍ଚି ନିଜକୁ ଠାକୁରମୁଣ୍ଡାର ଡାକ୍ତରଖାନାର ଡାକ୍ତର ବୋଲି ପରିଚୟ ଦେଇଥିଲେ । ଏହା ଶୁଣି ଶ୍ରୀକାନ୍ତଙ୍କ ପତ୍ନୀ ସେହି ଠକ ଡାକ୍ତରଙ୍କୁ ଘରକୁ ଡାକି ନେଇଥିଲେ । ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ୩ଟି ଇଂଜେକସନ ଦେଇଥିଲେ ବିଶ୍ୱନାଥ । ଏହି ସମୟରେ ସେଠାରେ ପୁଅ ପହଞ୍ଚି ଦେଖିଥିଲେ କି ତାଙ୍କ ବାପାଙ୍କୁ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକସନ ଦିଆଯାଇଛି । ଇଞ୍ଜେକସନ ଖୋଳରେ ମେଲୋକ୍ସିକାମ ଓ ଏହା କେବଳ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖା ରହିଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ଖେଳି ଯାଇଥିଲା । ଖବର ପାଇ ପୁଲିସ ଗାଁରୁ ନକଲି ଡାକ୍ତରଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ଏକ ଅଣ୍ଡରଟେକିଂ ଲେଖି ଛାଡି ଦେଇଛି । ସେପଟେ ତିନି ତିନୋଟି ଇଞ୍ଜେକସନ ନେବା ପରେ ମଧ୍ୟ ଶୀକ୍ରାନ୍ତ ମହାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଦିନକୁ ଦିନ ଜିଲ୍ଲାର ଆଦିବାସୀ ଅନୁନ୍ନତ ଅଞ୍ଚଳ ଏପରିକି ଠାକୁରମୁଣ୍ଡା ଅଂଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ପଡୋଶୀ ଝାଡ଼ଖଣ୍ଡ, ବେଙ୍ଗଲ ରୁ କିଛି ଲୋକ ଏଠାକୁ ଲୋକଙ୍କ ଚିକିତ୍ସା ନାମରେ ଲୁଟିବାରେ ବ୍ୟସ୍ତ ଡାକ୍ତର ଅଭାବ ଯୋଗୁ ସ୍ଥାନୀୟ ଲୋକେ ଏମାନ (ଠକ ଡାକ୍ତର)ଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି ଏଘାଟଣା ଟି ଲୋକଲୋଚନ କୁ ଆସିଲା ଏଭଳି ଅନେକ ଘଟଣା ଘଟୁଛି ଯାହା ଲୋକେ ଜାଣିପାରୁନାହାନ୍ତି। ପ୍ରଶ୍ନ ଉଠୁଛି ଯଦି ଭୁଲ ଇଂଜେକସନ ଯୋଗୁଁ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲେ କିଏ ଦାୟୀ ହୋଇଥାନ୍ତା ।ସରକାର ନା ସ୍ଥାନୀୟ ପ୍ରଶାସନ ?


