ବିଜେଡ଼ି ପ୍ରାର୍ଥୀ ଘୋଷିତ ହେବାପରେ ତୁଷାରଙ୍କୁ ଶୁଭେଛା ସମ୍ବର୍ଦ୍ଧନା
ନିମାପଡ଼ା,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପୂର୍ବତ୍ତନ ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ କାକଟପୁର, ଅସ୍ତରଙ୍ଗ ଓ ନୟାହାଟ ଠାରେ ଦଳୀୟ କର୍ମୀ ମାନେ ବାଣ ଫୁଟାଇ ବାଜା ବଜାଇ ଉତ୍ସବ ସହିତ ପ୍ରାର୍ଥୀ ହୋଇଥିବା ବେହେରାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କାକଟପୁର ବ୍ଲକ ବିଜେଡ଼ି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ବୁଟୁ ନାୟକ,ଧୁମାଳୋ ପଞ୍ଚାୟତ ବିଜେଡ଼ି ସଭାପତି ଆଲୋକ ରାୟ,ଶେଖ ସମସୁଲ ଆରଫିନ, ସରପଞ୍ଚ ଙ୍କ ପ୍ରତିନିଧି ଅଭି ସିଂ ପ୍ରମୁଖ ଶ୍ରୀ ବେହେରାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।


