ବଟଗୋସେଇଁ ପୀଠରେ ଅଧିଆ ପଡିଲେ ଶତାଧିକ ମହିଳା
ନିମାପଡ଼ା,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ନିକଟସ୍ଥ କାହ୍ନପୁର ବଟଗୋସେଇଁ ପୀଠରେ ଆଜି ମାଇପିମେଳା ଅନୁଷ୍ଠିତ ହୋଇ ଯାଇଛି। ନିଜ ମାନସିକ ପୂରଣ ପାଇଁ ଶହ ଶହ ମହିଳା ଠାକୁର ଙ୍କ ସମ୍ମୁଖ ରେ ଅଧିଆ ପଡିଥିଲେ। ମୁଖ୍ୟ ପୂଜକ କ୍ଷିରୋଦ ଦାସ ଠାକୁର ଙ୍କ ନୀତିକାନ୍ତି ଅନୁଷ୍ଠିତ କରିଥିଲେ। ମେଳା ସ୍ଥଳି ରେ ମାଇପିମେଳା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ମେଳାରେ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲା ରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା। ମେଳାପୀଠକୁ ନିରବଚ୍ଛିନ୍ନ ବିଦୂତ, ଅବଢ଼ା ଦହି, ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବା ,ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲା। ସନ୍ଧ୍ୟା ସମୟରେ ଲୋକଙ୍କ ଭିଡ଼ କୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଟ୍ରଷ୍ଟ ର ରମେଶ ସାହୁ, ଭାସ୍କର ଚନ୍ଦ୍ର ସ୍ୱାଇଁ, ଭରତ ପ୍ରଧାନ, ରଞ୍ଜିତ ସାହୁ, ଯୁଧିଷ୍ଠିର ଖୁଣ୍ଟିଆ, ହରିହର ବେହେରା, ବାବୁଲି ସ୍ୱାଇଁ, କୈଳାଶ ଭୋଇ ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ।


