୮ ନଂ ଜୋନରେ ବିଜେଡି ର ଜୋରଦାର ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପଞ୍ଚାୟତ ତ୍ରିସ୍ତରୀୟ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରତ୍ୟେକ ଦଳର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ପ୍ରଚାର ପ୍ରସାର କୁ ସେତେ ଜୋରଦାର କରିବା ସହ ଘର ଘର ବୁଲି ଭୋଟ ଭିକ୍ଷା ମାଗୁଛନ୍ତି । ଠିକ୍ ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀ ୮ ନମ୍ବର ଜୋନ୍ ଅଡ଼ବା ରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀନୀ କୁନ୍ତଳା ମଲ୍ଲିକ ମଧ୍ୟ ପାହାଡ଼ ଦୂର୍ଗମ ଅଞ୍ଚଳ ମାନଙ୍କରେ ବୁଲି ଲୋକଙ୍କ ସହ ମିଶିବା ସହ ଘର ଘର ବୁଲି ପ୍ରବଳ ଜପମତ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଏନେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଗତ ଯୋଜନାରେ ଏଠାରେ କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟ ଭାବେ ଆସନ ଗ୍ରହଣ କରିଥିଲେ ମଧ୍ୟ ଏହି ଅଞ୍ଚଳରେ ଲାଗି ରହିଛି ଅନେକ ସମସ୍ୟା ।ତେଣୁ ଏଥର ଆମେ ଜିତିବା ପରେ ନବୀନ ସରକାରଙ୍କ ପ୍ରତ୍ୟେକ ଲୋକାଭିମୁଖୀ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକଙ୍କ ସୁଖ ଦୁଖରେ ସାଥି ହୋଇ ରହିବି । ସେପଟେ ଦଳୀୟ କର୍ମୀ ମାନେ ମଧ୍ୟ କୁନ୍ତଳା ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରି ବିଜୟୀ ଲାଭ କରାଇବା ପଣ ନେଇଛନ୍ତି ବୋଲି କହିଛନ୍ତି ମଧୁସୂଦନ ନାୟକ ଅନ୍ୟପଟେ ଭୋଟର କହିଛନ୍ତି ଯେଉଁ ପ୍ରାର୍ଥୀ ଅଞ୍ଚଳର ସାମୁହିକ ବିକାଶ କରିପାରିବେ ଆମେ ସେଭଳି ପ୍ରାର୍ଥୀ ଙ୍କୁ ଭୋଟ ଦେବୁ କହିଛନ୍ତି ସ୍ଥାନୀୟ ଭୋଟର ।


