ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ତୃଣମୁଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ
କୋଣାର୍କ, (ଗଣେଶ ବେହେରା):ବୁଧବାର ପୂର୍ବାହ୍ନରେ ଯାତ୍ରୀନିବାସ ବାଙ୍କୁଏଟ ହଲରେ ବିଜୁ ଜନତା ଦଳର ପରିବର୍ଧିତ ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଯାଇଛି । ବିଜେଡି ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଏହି ବୈଠକରେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଂଜନ ଦାଶ,କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା,ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର,ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାଶବର୍ମା,ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର,ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ,ମହିଳା ସଭାନେତ୍ରୀ ଶାନ୍ତିଲତା ପ୍ରଧାନ,ଅସ୍ତରଂଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ,ଯୁବନେତା ରୁଦ୍ରପ୍ରତାପ ମହାରଥି,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ପ୍ରମୁଖ ଯୋଗଦେଇଥିଲେ । ତୃଣମୁଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ଏହି ବୈଠକର ମୁଖ୍ୟ ଉଦେଶ୍ୟ ବୋଲି ସଭାପତି ଶ୍ରୀମହାନ୍ତି କହିଥିଲେ । ୬ଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତା ବିଧାୟକ ଏହି ବୈଠକରେ ଯୋଗଦେଇଛନ୍ତି । ଆସନ୍ତା ନଭେମ୍ବର ଶେଷ ସୁଧା ସବୁ ଜିଲ୍ଲାରେ ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପ୍ରଚଳନ ଲକ୍ଷ ରଖାଯାଇଛି । ଆସନ୍ତା ନିର୍ବାଚନରେ ଦଳ ପୁଣି ବହୁମତ ଆଣିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀଦାଶ କହିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀସ୍ୱାଇଁ କହିଥିଲେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ତୃଣମୁଳ ସ୍ତରରେ ପହଂଚି ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ । ପଂଚାୟତ ଓ ଏନଏସି ସ୍ତରରେ ମହିଳା,ସ୍ୱେଛାସେବୀ ଓ ଯୁବଗୋଷ୍ଟିଙ୍କୁ ପ୍ରାଧାନ୍ୟ ଦିଆଯିବ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତ,ଏନଏସିର କମିଟି ସଭାପତି,ଯୁବ ସଂଗଠନ ସଭାପତି,ଅଧ୍ୟକ୍ଷ, ସରପଂଚ,ସମିତି ସଭ୍ୟ ଓ ସଭ୍ୟା,ଜିଲ୍ଲା ପରିଷଦ ଓ ନଗର କାଉନସିଲର ପ୍ରମୁଖ ଦଳୀୟ କର୍ମକର୍ତା ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା,ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରା,ପୁରୀ ଜିଲ୍ଲା ସଂପାଦକ ରାଜକିଶୋର ମହାପାତ୍ର,ଜିଲ୍ଲା ଉପସଭାପତି କୈଳାସ ଚନ୍ଦ୍ର ଲେଙ୍କା,ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତିରଂଜନ ନାୟକ,ଶତୃଜିତ ନାୟକ,ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ପୁଷ୍ପାରାଣୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।


