ବିଜେଡି ଜିଲ୍ଲା ସଭାପତି,ବରିଷ୍ଠ ବିଜେଡି ନେତା ଓ ଯୁବ ସାମ୍ବାଦିକଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଚେକ୍ ପ୍ରଦାନ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ସାରା ବିଶ୍ୱବାସୀ କରୋନା ଆତଙ୍କରେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କରୋନା ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ସମସ୍ତ ସାହାର୍ଯ୍ୟ ଓ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଏଥି ପାଇଁ ବିନିଯୋଗ ହୋଇ ଆସୁଛି । ବୃହତ୍ତର ଜନସେବାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରୁଛନ୍ତି । ଗଜପତି ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଦୀପ ନାୟକ ୨୫ହଜାର, ବରିଷ୍ଠ ବିଜୁ ଜନତା ଦଳ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ୩୦ହଜାର , ଯୁବ ସାମ୍ବାଦିକ ଆଦର୍ଶ ଦାସ ୫ହଜାର ଟଙ୍କାର ଚେକ୍ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଜିଲାପାଳ ଅନୁପମ ସାହାଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏମାନେ ନିଜ କଷ୍ଟାର୍ଜିତ ଅର୍ଥରୁ ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନାର ମୁକାବିଲା ପାଇଁ ଲୋକଙ୍କ ସାହାର୍ଯ୍ୟ ପାଇଁ ପ୍ରଦାନ କରି କରିଛନ୍ତି । ଏମାନଙ୍କ ଏଭଳି ବାଦାନ୍ୟତା ଯୋଗୁଁ ଜିଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯିବା ସହ ଏମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କୁହାଯାଇଛି । ଚେକ୍ ପ୍ରଦାନ ସମୟରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମଧ୍ୟ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ