ବିଜେଡି ମିଶ୍ରଣ ପର୍ବକୁ ବିଜେପିର ବିରୋଧ : କ୍ଲବରେ ତାଲା
ଯୋଡ଼ା, (ସମୀର କୁମାର ଦାସ) :-ଯୋଡା ପୌରପାଳିକା ଅନ୍ତର୍ଗତ ଖୁ ପାଣି ଠାରେ ଶୁକ୍ରବାର ଦିନ ହେଇଥିବା ବିଜୁ ଜନତା ଦଳର ମିଶ୍ରଣ ପର୍ବକୁ ଭାରତୀୟ ଜନତା ପାର୍ଟିର କିଛି କର୍ମକ ଦ୍ୱାରା ଘୋର ବିରୋଧ କରିବା ପରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ ସମୟରେ ଖୁ ପାଣି ଠାରେ ମହିଳା ମାନଙ୍କ ଦ୍ୱାରା ଆୟୋଜିତ ବିଜେଡି ଦଳର ଏକ ମିଶ୍ରଣ ପର୍ବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ତାଙ୍କ ସମର୍ଥକଙ୍କ ସହ ଯୋଗ ଦେବା ଯାଇଥିବା ବେଳେ ଭାଜପା ଦଳର କିଛି କର୍ମୀମାନେ ସେମାନଙ୍କୁ ତୀବ୍ର ବିରୋଧ କରି ‘ଗୋ ବ୍ୟାକ୍ ଏମଏଲଏ’ ବୋଲି କହି ସ୍ଲୋଗାନ ଦେଇଥିଲେ । ଏହାକୁ ନେଇ ଉଭୟ ଦଳର କର୍ମୀ ମାନଙ୍କ ମଧ୍ୟରେ ବଚସା ହୋଇ ଉେ ଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାଜପା କର୍ମୀମାନେ ମିଶ୍ରଣ ପର୍ବକୁ ବିରୋଧ କରି ସ୍ଥାନୀୟ କ୍ଲବକୁ ଚାବି ପକାଇ ଦେଇଥିଲେ । ଏଥିରେ ବିଧାୟିକାଙ୍କ ସହ ଯାଇଥିବା ପୂର୍ବତନ ନଗରପାଳ ରବୀନ୍ଦ୍ର କୁମାର ଦାସଙ୍କୁ ସ୍ଥାନୀୟ ବିଜେପି ନେତା ଚର୍ଚ୍ଚିଲ ମହାକୁଡ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ତର୍କ କରିଥିଲେ । ଏନେଇ ମାଇନିଂ ଏରିଆ ଟ୍ରକ ମାଲିକ ସଂଘର ପୂର୍ବତନ କୋଷାଧ୍ୟକ୍ଷ ତଥା ଜିଲ୍ଲା ସମ୍ପାଦକ ବାବୁଲାଲ ସାହୁ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସ୍ଥାନୀୟ ମହିଳା ମାନଙ୍କ ନିମନ୍ତ୍ରଣ କ୍ରମେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଖୁ ପାଣି ଅ ଳକୁ ଯାଇଥିଲେ । ଏହି ଅ ଳର ପ୍ରାୟ ୧୫୦୦ ବସ୍ତିବାସିନ୍ଦା ମିଶ୍ରଣ ପର୍ବରେ ସାମିଲ ହେବାକୁ ଚାହୁଁଥିଲେ ହେଁ କୋଭିଡକୁ ଦୃଷ୍ଟିରେ ରଖି ବିଧାୟିକା ମହାନ୍ତ ୫୦ ରୁ ୧୦୦ ଜଣ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସଭାସ୍ଥଳକୁ ଭାଜପାର କିଛି କର୍ମୀ ଆସି ଏହି ମିଶ୍ରଣ ପର୍ବକୁ ବିରୋଧ କରି କ୍ଲବ ଘରକୁ ଚାବି ପକାଇ ଦେଇଥିବା ସାହୁ କହିଛନ୍ତି । ଏନେଇ ଭାଜପାର ଯୋଡା ନଗର ସଭାପତି ସୁଶାନ୍ତ କୁମାର ବେବ ର୍ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ବେବ ଦ୍ୱାରା କହିଛନ୍ତି ଯେ କରୋନା କଟକଣା ବେଳେ ଭିଡ ଜମାଇ ୱାର୍ଡ ନଂ ୧୩ ମହାକୁଡ ସାହିରେ ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏକତ୍ରିତ କରି ସଭା ଆୟୋଜନ କରାଯାଇଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଅ ଳବାସୀ ଏହାକୁ ବିରୋଧ କରିଥିଲେ । ଏନେଇ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଭାଜପା ପକ୍ଷରୁ ଦାବି କରାଯାଇଛି । ପଂଚାୟତ ନିର୍ବାଚନ ସରଗରମ ହେଉଥିବା ବେଳେ ନେତାଙ୍କ ଧାଡି ଗ୍ରାମା ଳକୁ ଛୁଟିଛି । ହେଲେ ପୌର ନିର୍ବାଚନ ତାରିଖ ଘୋଷଣା ନହେଉଣୁ ତଥାକଥିତ କିଛି ନେତା ଗ୍ରାମକୁ ଛାଡି ପୌରା ଳରେ ନିଜର ପ୍ରଚାର ଆରମ୍ଭ କରିଦେଲେଣି ।


