ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗୋପବ୍ଲକ ଅନ୍ତର୍ଗତ ଶିମିଳି ପଂଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟ କୁମାର ସେଠ ଓ ସେମିତି ସଭ୍ୟା ପ୍ରାର୍ଥୀନୀ ମିନତି ସାହୁ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ଆଜି ଉଭୟ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ସରକାରଙ୍କ ଯୋଜନା ସମ୍ବନ୍ଧରେ ଭୋଟରଙ୍କୁ ଅବଗତ କରିବା ସହିତ ସେମାନଙ୍କ ସେବା କରିବାକୁ ସୁଯୋଗ ଦେବା ନିମନ୍ତେ କହିଛନ୍ତି ।ଯୋଗ୍ୟ ହିତାଧିକାରୀ ମାନଙ୍କର ଆବାସ ଯୋଜନାରେ ଗୃହ ଦେବା ସହ ଭତା, ରାସନ କାର୍ଡ, କାଳିଆ ଓ ବଳିଆ ଯୋଜନାରେ ସାମିଲ କରିବା ସହିତ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ସବୁ ଗାଁ ରେ ପକ୍କା ରାସ୍ତା, ଆଲୋକି କରଣ,ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନିୟ ଜଳ ଆଦି ମୌଳିକ ସୁବିଧା ପୁରଣ କରିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରି ଭୋଟ ଭିକ୍ଷା କରିବା ସହିତ ଉଭୟ ପ୍ରାର୍ଥୀ ଭୋଟର ମାନଙ୍କ ଠାରୁ ଆଶୀର୍ବାଦ କାମନା କରିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚୟତ ର ସଭାପତି ବାନମ୍ବର ବେହେରା, କିଶୋର ଚନ୍ଦ୍ର ସେଠ,ପୂର୍ଣ୍ଣ ଚନ୍ଦ୍ର ଲେଙ୍କା, ରୋହିତ ଲେଙ୍କା, ଜଟାଧାରୀ ପରିଡା, ଆଲୋକ କୁମାର ସେଠ,ଶଙ୍କର ବିଶ୍ୱାଳ,ଲଷ୍ମୀଧର ସାହୁ,ପ୍ରତିମା ବେହେରା ପ୍ରମୁଖ ସାମିଲ ଥିଲେ I


