ବିଜେପିର ଜନ ଆନ୍ଦୋଳନ ଡାକରାକୁ ବିଜେଡିର ତୀବ୍ର ସମାଲୋଚନା

ଭଣ୍ଡାରିପୋଖରୀ,( ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ଚଳ ଚଞ୍ଚଳ ରାସ୍ତା ଭାବେ ପରିଚିତ ଛାତବର-ନୀଳକ ରାସ୍ତା ର ସ୍ଥାୟୀ ମରାମତି ସକାଶେ ୨୦ ତାରିଖ ଭାଜପା ଏକ ଜନ ଆନ୍ଦୋଳନ ପାଇଁ ଡାକରା ଦେଇଛି । ଭାଜପାର ଏଭଳି ଲୋକ ଦେଖାଣିଆ ଜନ ଆନ୍ଦୋଳନକୁ ଭଣ୍ଡାରିପୋଖରୀ ବିଜେଡି ତୀବ୍ର ନିନ୍ଦା କରିଛି । ଏ ନେଇ ଗୁରୁବାର ଏକ ଖବରଦାତା ସମ୍ମିଳନି ମାଧ୍ୟମରେ ରାସ୍ତାର ସ୍ଥିତି ଓ ଭାଜପାର ଜନଆନ୍ଦୋଳନ ଡାକରା ସମ୍ପର୍କରେ ବିଜେଡି ନେତା ମାନେ ମତ ରଖିଛନ୍ତି । ଉକ୍ତ ରାସ୍ତା ଟି ପ୍ରଥମେ ଗ୍ରାମ୍ୟ ଉନୟନ ବିଭାଗ ହାତ ରେ ଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥାନୀୟ ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଚେଷ୍ଟା ଯୋଗୁ ଏହାର ନବୀକରଣ ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିଲା।ତା ୩୧/୮/୧୯ ରେପୁର୍ତ୍ତ ବିଭାଗ ରାସ୍ତାର ଦାଇତ୍ୱ ନେବା ପରେ ଜଣସାଧାରଣଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ରାସ୍ତା କୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରାସ୍ତାର ସ୍ଥାୟୀ ମରାମତି ପାଇଁ ନବାର୍ଡ କୁ ମଧ୍ୟ ପ୍ରସ୍ତାବ ଯାଇଥିଲା । ଇତି ମଧ୍ୟରେ ପୂର୍ତ୍ତବିଭାଗ ପକ୍ଷରୁ ନବିକରଣ ପାଇଁ ୨୫ କୋଟି ଟଙ୍କାର ଆକଳନ ପତ୍ର ପ୍ରସ୍ତୁତ ହୋଇଥିବା ବିଜେଡି ନେତା ମାନେ ଗୁରୁବାର ଏକ ଖବରଦାତା ସମିଳନୀରେ ରେ ପ୍ରକାଶ କରିଛନ୍ତି । ରାସ୍ତାର ଉନ୍ନତି କରଣ ପାଇଁ ସ୍ଥାନୀୟ ବିଧାୟକ ଓ ଏମପି ସଦା ତତ୍ପର ଥିବାବେଳେ କେନ୍ଦ୍ରୀୟ ବିଭାଗ ନବାର୍ଡର ଅନୁଦାନକୁ ଅପେକ୍ଷା କରାଯାଇଛି | ଏପରି ସ୍ଥଳେ ଭାଜପା କେନ୍ଦ୍ରୀୟ ଅନୁଦାନ ପାଇଁ ଚେଷ୍ଟା ନକରି ହୀନ ରାଜନୈତିକ ଉଦେଶ୍ୟ ରଖି ଲୋକଙ୍କୁ ଅଯଥାରେ ବିଭ୍ରାନ୍ତି କରିବା ପାଇଁ ଜନଆନ୍ଦୋଳନ ଡାକରା ଦେଉଥିବା ବିଜେଡି ଖବରଦାତା ସମ୍ମିଳନୀ ରେ ଅଭିଯୋଗ କରିଛି । ସେହି ଭଳି ଏହା ପୂର୍ବରୁ ରହଣିଆ ପଂଚାୟତ ବୋଧପଡା ଠାରେ ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁ ଜରୁରୀ କାଳୀନ ଭାବେ ଏକ ରାସ୍ତା ନିର୍ମାଣ ହୋଇଥିବା ବେଳେ ଭାଜପା ମଧ୍ୟ ବିଭ୍ରାନ୍ତି କର ତଥ୍ୟ ଦେଇ ଲୋକମାନଙ୍କୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆନ୍ଦୋଳନ କରିବା ଘଟଣା ହାସ୍ୟାସ୍ପଦ ବୋଲି ବିଜେଡି କହିଛି । ଗୁରୁବାର ଭଣ୍ଡାରିପୋଖରୀ ବିଜେଡି କାର୍ଯ୍ୟାଳୟ ଠାରେ ଆହୁତ ଖବରଦାତା ସମିଳନୀରେ ଜିଲ୍ଲା ବିଜୁ ଜନତା ଦଳ ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ,ବ୍ଲକ ବିଜେଡି ଯୁବ ସଭାପତି ଲଳିତ ରାଉତ,ନାଆଁମୀ ସରପଞ୍ଚ ସଦାଶିବ ଦାସ,ସମିତି ସଭ୍ୟ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ