ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ସଫେଇ କାର୍ଯ୍ୟକ୍ରମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଓ ରାଇକିଆ ବ୍ଲକ୍‍ର ଅନେକ ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଉଭୟ ବ୍ଳକରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ସେଭ୍‍ ଦି ଚିଲଡ୍ରେନ୍‍ ପକ୍ଷରୁ ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଶିଶୁମାନଙ୍କର ସାମଗ୍ରିକ ବିକାଶ ଦିଗରେ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଗତ ୭ମାସ ହେଲା କରୋନା କଟକଣା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ତାଲାପଡ଼ିଥିବା ଯୋଗୁଁ ଆବର୍ଜନପୂର୍ଣ୍ଣ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିସରକୁ ସଫା କରିବା ସହିତ ପିଲାମାନେ କିଭଳି ପୂର୍ବଭଳି ବିଦ୍ୟାଳୟକୁ ଆସିବେ ସେଥି ନିମନ୍ତେ ବିଭିନ୍ନ କମିଟିର ସଦସ୍ୟ,ସ୍ୱେଚ୍ଛାସେବୀ ଓ ଗ୍ରାମବାସୀଙ୍କ ସହାୟତାରେ ଶିକ୍ଷାନୁଷ୍ଠାନ ପରିସରକୁ ଆବର୍ଜନା ମୁକ୍ତ କରିବା ନିମନ୍ତେ ପ୍ରୟାସ କରାଯାଉଅଛି। ଶିକ୍ଷାନୁଷ୍ଠାନକୁ ଅବିଭାବକ ଓ ଗ୍ରାମବାସୀ ମାନେ ନିଜର ଭାବିବା ସହିତ ଶିକ୍ଷାନୁଷ୍ଠାନ ପ୍ରତିଥିବା କର୍ତବ୍ୟକୁ ପାଳନ କରିବେ ଓ ଶିକ୍ଷାନୁଷ୍ଠାନ ପ୍ରତି ସେମାନଙ୍କର ଆନ୍ତରିକତା ବୃଦ୍ଧି ପାଇଁ ଏଭଳିଏକ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆଜି ପର୍ଯ୍ୟନ୍ତ ଉଭୟ ବ୍ଲକ୍‍ର ୨୪ ଗୋଟି ବିଦ୍ୟାଳୟ ଓ ୩୧ ଗୋଟି ଅଙ୍ଗନୱାଡି ପରିସରକୁ ପରିଷ୍କାର ଆରମ୍ଭ ହୋଇଛି। ଏହି ଅଭିଯାନ ଆଗାମୀ ଦିନରେ ବ୍ଲକ୍‍ର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ କରାଯିବାର ଯୋଜନା କରାଯାଇଅଛି। ଏହି ଅଭିଯାନରେ ମୁଖ୍ୟତଃ ଅଙ୍ଗନୱାଡି କର୍ମୀ, ଶିକ୍ଷକ, ଅବିଭାବକ, ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ କମିଟିର ସଦସ୍ୟ ସଦସ୍ୟା, ଗ୍ରାମର ସ୍ୱେଚ୍ଛାସେବୀମାନେ ସାମିଲ୍‍ ହୋଇ ସଫେଇ କାର୍ଯ୍ୟଜାରି ରଖିବା ସହିତ ଏହି କାର୍ଯ୍ୟକ୍ରମ ଆଗାମି ଦିନମାନଙ୍କରେ ଜାରି ରଖିବେ ଓ ଶିକ୍ଷାନୁଷ୍ଠାନ ପରିସରକୁ ଆବର୍ଜନା ମୁକ୍ତ କରିବା ସହିତ ଶିଶୁମାନଙ୍କ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବେ ବୋଲି କହିଛନ୍ତି। ସ୍ୱାତୀ ସଂଗଠନର ପ୍ରଭଞ୍ଜନ କହଁର, ଶିଶିର ବେହେରା, ମାମାଲି ବିଶ୍ୱାଳ, ରାନିମା ଦିଗାଳ, ମାଳତୀ ପ୍ରଧାନ ଓ ଗାୟତ୍ରୀ ମହାରଣା ପ୍ରମୁଖ ଲୋକମାନଙ୍କୁ ଉତ୍ସାହିତ କରିବା ସହିତ ସହଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ