ବିଜେପିର ରାଜ୍ୟ ସଭାପତିଙ୍କ ବାଲିଗୁଡାରେ ସାମ୍ବାଦିକ ସମ୍ମିଳନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡାରେ ବିଜେପି ଦଳର ରାଜ୍ୟ ସଭାପତି ସମୀର ମହାନ୍ତୀ । ବାଲିଗୁଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏଥିରେ ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ପର୍ଯ୍ୟବେକ୍ଷକ ବିରଂଚି ନାରାୟଣ ତ୍ରୀପାଠୀ ଓ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନେତ୍ର ମାନସେଠ ପ୍ରମୁଖ ମଂଚାସିନ ଥିଲେ । ରାଜ୍ୟ ସଭାପତି କହିଛନ୍ତି ଯେ ଜିଲ୍ଲାରେ ରାଜ୍ୟ ସରକାର ଅବହେଳା କରିଛନ୍ତି ବୁଲିଲା ବେଳେ ଦେଖାଗଲା ଚାଷ ଜମି ସବୁ ଖାଲି ପଡିଛି, ଚାଷ ପାଇଁ କୌଣସି ପ୍ରକାର ପାଣିର ସୁବିଧା କରିନାହାନ୍ତି I ରାଜ୍ୟ ସରକାର ।ଅନ୍ୟ ରାଜ୍ୟରେ ଚାଷି ମାନଙ୍କ ରୋଜଗାର ୩୫ ହଜାରରୁ ଉର୍ଦ୍ଦଥିବାବେଳେ ଆମ ରାଜ୍ୟରେ ଚାଷି ମାନଙ୍କ ରୋଜଗାର ମାତ୍ର ୫ହଜାର ଟଙ୍କା । । ହଳଦୀ ଚାଷି ଅଭାବି ବିକ୍ରୀ ହେଉଛନ୍ତି ହଳଦୀ ସବୁ ଘରେ ପଡିରହିଛି । ପାଣିର ବି ଉତ୍କଟ ସମସ୍ୟା ଅଛି ଆଜି ପ୍ରଚାର କଲାବେଳେ ଗୋଟିଏ ଗାଁରେ ଚୁଆଁରୁ ପାଣି ପିଉଛନ୍ତି ଓ ଅନ୍ୟ ଏକ ଚୁଆଁରେ ଗାଧୋଉଛନ୍ତି । ଟିକସ ଦେଉଛେ କାହିଁକି ଆମେ ସମସ୍ତ ସୁବିଧା ପାଇବା ନାହିଁ ।କିଛି ବୁଥରେ ଏଠି ଶତପ୍ରତିଶତ ବା ୯୦ ପ୍ରତିଶତ ପୁଲିଂ ହୋଇଛି । ଏଠିରାଜ୍ୟ ଶାସକ ଦଳ ପାଇଁ ସରକାରୀ କଳର ବ୍ୟବହାର ହେଉଛ ଭୋଟ କାର୍ଯ୍ୟରେି ।ଚଳିତ ନିର୍ବାଚନରେ ଯେଉଁଭଳି ରକ୍ତମୁଖା ସାଜିଛନ୍ତି ଓ ଗଣମାଧ୍ୟମ ମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଏହିଭଳି ଘଟଣାକୁ ମୁଁ ନିନ୍ଦା କରୁଛି ।ଆଇନଶୃଙ୍ଖଳା ବାଘ୍ୟାତ ହୋଇଛି ସରକାର ଆଇନ ଶୃଙ୍ଖଳାକୁ ଭଲରେ ଚଳାଇବାର । ପୋଲିସ ପ୍ରଶାସନ ଆଇନଶୃଙ୍ଖଳାରେ ବିପର୍ଯ୍ୟସ୍ତ ହେବା ଏହା ହେଉଛି ପଶ୍ଚତାପ ବିଷୟ ।କେନ୍ଦ୍ର ସରକାର ଯେଉଁ ଟଙ୍କା ଦେଉଛନ୍ତି ଗାଁ ମାନଙ୍କୁ ସେହି ଟଙ୍କା ଜେଇ ମାନେ ନିଜ ଠିକାଦାର ସାଜୁଛନ୍ତି ଓ ବିଜେଡି ଦଳର କର୍ମି ମାନଙ୍କୁ ଦେଇ ଅର୍ଥ ଆତ୍ମସାତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ