ମହାକାଳପଡା ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ଆଇନଜୀବୀ ଓ ବୁଦ୍ଧିଜୀବୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ଜୋନ ନମ୍ବର ୧୯ର ପ୍ରାର୍ଥୀନୀ ସସ୍ମିତା ସ୍ୱାଇଁ, ୨୦ ନମ୍ବର ଜୋନର ଜିଲ୍ଲା ପରିଷଦ ପାର୍ଥୀ ସୁବୋଧ ଲେଙ୍କା(ଟୁଟୁ), ୨୧ ନମ୍ବର ଜୋନର ପ୍ରାର୍ଥନୀ ଅନୁରାଧା ସ୍ୱାଇଁ, ୨୨ ନମ୍ବର ଜୋନର ଅପୁ ପରିଡା,୨୩ ନମ୍ବର ଜୋନର ମୃତ୍ୟୁଞ୍ଜୟ ମଣ୍ଡଳଙ୍କ ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ଆଇନଜୀବୀ ଓ ବୁଦ୍ଧିଜୀବୀମାନେ । ସେମାନେ ଘର ଘର ବୁଲି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ବୁଝାଇସୁଝାଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପାର୍ଥୀ ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ରାଜ୍ୟ ବିଜେଡି ଲିଗାଲଫ୍ରଣ୍ଟର କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ମାନସ ରଞ୍ଜନ ଧଳ, ରବିନ୍ଦ୍ର ଦାସ, ରଞ୍ଜନ କୁମାର ପଣ୍ଡା, ମାନସ ମହାନ୍ତି, ବ୍ରଜ ସୁନ୍ଦର ରାଉତ, ହାଡିବନ୍ଧୁ ସିଂ, ନିରଞ୍ଜନ ବଳ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ସୁରେଶ ନାୟକ, ସଞ୍ଜୟ ଲେଙ୍କା, ମାଧବାନନ୍ଦ ପାତ୍ର, ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ରମାକାନ୍ତ କାନୁନଗୋ, ଭାରତୀ ଦଳେଇ, ଅକ୍ଷୟପ୍ରିୟ ଦାସ ପ୍ରମୁଖ ଘର ଘର ବୁଲି ପାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ