ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ୨୬ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଏବଂ ଜିଜିଲ୍ଲା ସଭାପତି ନବଚରଣ ମାଝୀଙ୍କ ଅନୁମୋଦନ କ୍ରମେ ଗୁରୁବାର ପଶ୍ଚିମାଞ୍ଚଳ ମୟୂରଭଞ୍ଜ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମଦନ ମୋହନ ମହାନ୍ତ ଜିଲ୍ଲାର ୨୬ ବ୍ଲକର ମଣ୍ଡଳ ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାର କୃଷକ ମୋର୍ଚ୍ଚା ସଙ୍ଗଠନକୁ ମଜଭୁତ ଓ କ୍ରିୟାଶୀଳ କରିବା ପାଇଁ ସାଙ୍ଗଠାନିକ ଦକ୍ଷତା ଥ‌ିବା ନୂତନ କାର୍ଯ୍ୟକର୍ତ୍ତାମାନଙ୍କ ନାମ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ଘୋଷଣା କରିଛନ୍ତି ।ବହଳଦା ବ୍ଲକ ଝରାଡ଼ି ମଣ୍ଡଳର ସଭାପତି ଭାବେ ରାଧାଶ୍ୟାମ ନାୟକ, କାଳୀଚରଣ ହେମ୍ବ୍ରମ (ବହଳଦା ମଣ୍ଡଳ), ଜିହରଲାଲ ମହାନ୍ତ (କୁସୁମୀ ବ୍ଲକ ବାଦାମପାହାଡ଼ ମଣ୍ଡଳ), ପରମେଶ୍ଵର ହେମ୍ବ୍ରମ (ବିଶୋଇ ବ୍ଲକ ମଣଦା ମଣ୍ଡଳ), ସୁରେଶ ମହାନ୍ତ (ବିଶୋଇ ବ୍ଳକ ବିଶୋଇ ମଣ୍ଡଳ), ସୁବାସ ମୁଣ୍ଡା (ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣି ମଣ୍ଡଳ), ନରେଶ ମହାନ୍ତ (ବିଜାତଳା ବ୍ଳକ ବିଜାତଳା ମଣ୍ଡଳ, ଅର୍ଜୁନ ପିଙ୍ଗୁଆ (ଜାମଦା ବ୍ଲକ ।ପାସନା ମଣ୍ଡଳ), ହରସିଂ ମୁଣ୍ଡା (ଡାଳିମା ମଣ୍ଡଳ), ଜାପାନୀ ମାଟିଆଣ (ତାଟୋ ମଣ୍ଡଳ), ଚନ୍ଦ୍ର ମହାନ୍ତ (କରଞ୍ଜିଆ ଗ୍ରାମାଣ ମଣ୍ଡଳ), ସୁବୋଧ ଚନ୍ଦ୍ର ନାୟକ (ରରୁଆଁ ମଣ୍ଡଳ), ଗଣେଶ ଚନ୍ଦ୍ର ଲୋହାର (ଜାମୁଦ୍ରି ମଣ୍ଡଳ), ପ୍ରତାପ ଚନ୍ଦ୍ର ନାଏକ (ଠାକୁରମୁଣ୍ଡା ମଣ୍ଡଳ), ଶରତ ଚନ୍ଦ୍ର ମହାନ୍ତ (ମହୁଲଡିହା ମଣ୍ଡଳ), ମିତ୍ରଭାନୁ ମହାନ୍ତ (ଘାଗରବେଡା ମଣ୍ଡଳ), ଜୟପ୍ରକାଶ ମହାନ୍ତ (ଯଶିପୁର ମଣ୍ଡଳ), ବାସୁଦେବ ନାଏକ (ଶିମିଳିପାଳ ମଣ୍ଡଳ), ଶରତ ଚନ୍ଦ୍ର ମହାନ୍ତ (ମହୁଲଡିହା ମଣ୍ଡଳ), ଗଣେଶ୍ଵର ମହାନ୍ତ (ହାଟବାଦଡ଼ା ମଣ୍ଡଳ), ଲକ୍ଷ୍ମଣ ଗୋଇଯାଇ (ଜାମଦା ମଣ୍ଡଳ), ସରଜିତ ମହାନ୍ତ (ରାଇରଙ୍ଗପୁର ନଗରପାଳିକା ମଣ୍ଡଳ),ମହେଶ୍ଵର ମହାନ୍ତ (ଖନ୍ତ ମଣ୍ଡଳ), ବାସେତ ମୁର୍ମୁ (ଡିଙ୍କି ମଣ୍ଡଳ), ଜୟପ୍ରକାଶ ମହାନ୍ତ (ରାଇରଙ୍ଗପୁର ଗ୍ରାମୀଣ ମଣ୍ଡଳ), ହେମନ୍ତ ମହାନ୍ତ (କରଞ୍ଜିଆ ନଗର ମଣ୍ଡଳ) । ଆସନ୍ତା ଦିନରେ ନବନିଯୁକ୍ତ ମଣ୍ଡଳ ସଭାପତିମାନଙ୍କୁ ନେଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ସହ ଆଗାମୀ ନିର୍ବାଚନରେ କୃଷକ ମୋର୍ଚ୍ଚାକୁ ନେଇ ଗ୍ରାମାଞ୍ଚଳରୁ ଲଢେଇ ଜାରି ରହିବ ବୋଲି ସଭାପତି ମଦନ ମୋହନ ମହାନ୍ତ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ