ଶେରଗଡ଼ ବ୍ଲକ ଲାଞ୍ଜିଆ ପଲ୍ଲୀ ଗ୍ରାମରେ ଯୁବକ କୁ ନିର୍ମମ ହତ୍ୟା
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଶେରଗଡ଼ ବ୍ଲକ ଲାଞ୍ଜିଆ ପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତା କୁ ନେଇ ଏକ ଯୁବକ କୁ ହତ୍ୟା ହୋଇଚି। ସକାଳ,୯ଟା ରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଘଟଣା ସୂତ୍ର ରୁ ପ୍ରକାଶ ଯେ ମୃତକ ଜଣକ ହେଲେ ମଙ୍ଗଳା ଭୂୟାଁ ବୟସ ୨୫ନିଜ ମୋଟରସାଇକେଲ ନମ୍ବର ଓଡ଼ି ୩୨ହେଚ ୧୨୦୨ଯୋଗେ ନିଜ ଘର ଗ୍ରାମ ମଧ୍ୟକୁ ଯିବା ବେଳେ ସଂଘବଦ୍ଧ ଭାବରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରୁ ଜୀବନ ବଞ୍ଚାଇବା ପାଇଁ ଦୌଡିବା ଚେଷ୍ଟା କରିବା ବେଳେ ଦୁର୍ବୃତ୍ତ ମାନେ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ର ଓ ପଥର ରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ମଙ୍ଗଳା ପ୍ରାଣ ହରାଇଥିଲ। ସୂଚନା ପାଇ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସୀୟଳ ଘଟଣା ସ୍ଥଳରେ ପହଞ୍ଚି ସହ ଲାଞ୍ଜିଆପଲ୍ଲୀ ୪ ଜଣକୁ ଅଟକ ରଖିବା ସହ ହତ୍ୟାର ବ୍ୟବହୃତ ହୋଇଥିବା ଛୁରୀ ଓ ପଥର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


