ବିଜେପି ପକ୍ଷରୁ ସତ୍ୟାଗ୍ରହ
ନିମାପଡ଼ା, (ସନ୍ତୋଷ ଦାଶ):୨୩ବର୍ଷ ଶାସନରେ ରାଜନୈତିକ ନେତାଙ୍କ ଅପରାଧର ଚରାଭୁଇଁ ପାଲଟିଛି ଓଡିଶା।ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲରେ ହତ୍ୟା ଓ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ,ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତିକୁ ଦୂର ପାଇଁ ଚେଷ୍ଟା,ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ହତ୍ୟା,ଛୋଟ ଶିଶୁ ପରୀର ମୃତ୍ୟୁ ସବୁଥିରେ ବିଜୁଜନତା ଦଳର ରାଜନେତା ଓ ମନ୍ତ୍ରୀମାନଙ୍କ ସମ୍ପୃକ୍ତି।ରାଜନୀତିରେ ଅପରାଧୀକରଣ ବିରୁଦ୍ଧରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ନିମାପଡା ଭାରତୀୟ ଜନତା ପାର୍ଟି ତରଫରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ନାୟକ ଓ ଜଚିନ୍ଦ୍ର ସ୍ଵାଇଁଙ୍କ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି।ଏହି ସତ୍ୟାଗ୍ରହ ରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଯୋଗ ଦେଇ ମହିଳାଙ୍କ ସୁରକ୍ଷା ପାଇଁ ସତ୍ୟାଗ୍ରହକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ କହିଥିଲେ।ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା,ବରିଷ୍ଠ ନେତା ବିଜୟ କୁମାର ପଣ୍ଡା,ଦିଲ୍ଲୀପ ପରିଡା,ମିନଲତା ମହାନ୍ତି ଓ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ ।


