ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ସହ ଭୋଗରାଇ ବିଧାୟକଙ୍କ ତବରଦଖଲରୁ ସରକାରୀ ଜମି ତରନ୍ତ ମୁକ୍ତ କରିବା ପାଇଁ ଦାବି ଉଠାଇଛି ବାଲେଶ୍ୱର ଜିଲା ବିଜେପି ଯୁବମୋର୍ଚ୍ଚା । ଏହି ପରିପ୍ରେକ୍ଷୀରେ ବିଜେପି ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର ଓ ଭୋଗରାଇର ଦଳୀୟ ନେତା ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଡବ୍ଲ୍ୟୁପିସି ୩୨୪୨୧/୨୦୨୧ ନଂ ମାମଲାର ଶୁଣାଣି କରି ରାଜ୍ୟ ଉଚ୍ଚ ନ୍ୟାୟାଳୟ ଖଣ୍ଡପୀଠ ଗତ ୧୮ ତାରିଖରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ସହ ଭୋଗରାଇ ବିଧାୟକ ଅନନ୍ତ ଦାସ କବଜାରୁ ସରକାରୀ ଜମିକୁ ତୁରନ୍ତ ମୁକ୍ତ ପାଇଁ ବିଜେପି କର୍ମୀମାନେ ଦାବି କରିଛନ୍ତି । ଏନେଇ ଯୁବମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଥିଲା । ବିଜେପି ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ଉପ-ସଭାପତି କମଲଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଗର କମିଟି ନାରୀନେତ୍ରୀ ସୁସ୍ମିତା ପଣ୍ଡା, ସୁଜାତା ସିଂହ, ସ୍ୱାଧୀନ ପଣ୍ଡା, ଶିବଶଙ୍କର ରାୟ, ନାରାୟଣ ମହନ୍ତ, ସୁବୋଧ ପଣ୍ଡା, ଅରୂପ ଜେନା, ଦେବବ୍ରତ ମିଶ୍ର, ପ୍ରକାଶ ମହାନ୍ତି, ସର୍ବେଶ୍ୱର ପାତ୍ର, ଦୂର୍ଗାପସନ୍ନ ବେହେରା, ଉତ୍ତମ ମାସନ୍ତ, ଦୀପକ, ରମେଶ ଦାସ, ବିଜୟ ମୁର୍ମୁ, ରାକେଶ ବେହେରା, ସୁରଝଙ୍କାର ସେଠୀ ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ