ବିଜୟର ଦୁଇବର୍ଷ ବିତିଲା ପରେ ଚାନ୍ଦିପୁଟର ପଚାଂୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଲେ ବିଧାୟକ
ମୋହନା,(ଅଂଶୁମାନ ପଣ୍ଡା): ମୋହନା ନିର୍ବାଚନ ମଣ୍ଡଳୀରେ ନିର୍ବାଚନସରି ୨ ବର୍ଷ ବିତିଯାଇଥିଲ ମଧ୍ୟ ବର୍ତମାନ ସୁଦ୍ଧା ଅନେକ ସ୍ଥାନକୁ ବିଧାୟକଙ୍କ ପାଦ ପଡିନାହିଁ । ଏପରିକି ଭାଷଣ ବାଜିରେ ହିଁ ସମୟ କଟିଯାଇଥିଲେ ବି ଉନ୍ନତି ମୂଳକକାମ ଧିର ଗତିରେ ଚାଲିଛି । ଏଭଳିକି ବିଧାୟକ ଦାଶରଥି ଗମାଙ୍ଗ ମୋହନା ବ୍ଳକ ଠାରୁ ମାତ୍ର ୯ କି.ମି ଦୂର ଚାନ୍ଦିପୁଟ ପଚାଂୟତର ବିଭିନ୍ନ ଗ୍ରାମ ଗୁଡିକୁ ଗସ୍ତ କରିନଥିଲେ । ଅଚଂଳର କର୍ମୀଙ୍କ ଅଭିଯୋଗ ପରେ ରବିବାର ଦିନ ଚାନ୍ଦିପୁଟ ପଚାଂୟତ ବାଲିପଙ୍କ, ଗୁବୁରିଗୁଡା, ତରାମାଳ, ଯୁଡିପଥର ଆଦି ଗ୍ରାମକୁ ବୁଲି ଲୋକଙ୍କ ଭଲମନ୍ଦ ବୁଝିଥିଲେ । କିଛି ଗ୍ରାମକୁ ଉନ୍ନତି ନିମନ୍ତେ କଲ୍ୟାଣି ମଣ୍ଡଳ, ସାଂସ୍କୃତିକ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରି କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଦାଶରଥି ଗମାଙ୍ଗଙ୍କ ସହ ଚନ୍ଦ୍ରଗିରି ଜୋନ ସଭାପତି ନର୍ମଲ ପାଲ, ମୋହନା ଜୁନ ସଭାପତି ଶଙ୍କର ପ୍ରଧାନ, ଅଡବା ଜିଲ୍ଲା ପରିଷଦ ବାଳକୃଷ୍ଣ ମଲ୍ଲିକ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।


