୩୨ତମ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ସ୍ତରୀୟ ୩୨ତମ ସଡକ ସୁରକ୍ଷା ସପ୍ତାହ ଜୁଇଦାସପୁରସ୍ଥିତ ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ଅମ୍ରୁତ ଋତୁରାଜ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ସଡକ ସୁରକ୍ଷା ସପ୍ତାହ ଅବସରରେ ଟ୍ରାଫିକ ନୀୟମକୁ ସମସ୍ତେ ମାନିଲେ ଦୂର୍ଘଟଣାକୁ ହ୍ରାସ କରାଯାଇପାରିବ ବୋଲି କହିଥିଲେ । ବାଇକ ଚାଳକମାନେ ହେଲମେଟ ପିନ୍ଧିବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ଚଳିତବର୍ଷ ସଡକ ଦୂର୍ଘଟଣାକୁ ହ୍ରାସ କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରିବାକୁ ଓ ଏସମ୍ପର୍କରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆଇନଜୀବି ବିଧୁଭୂଷଣ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସଡକ ସୁରକ୍ଷା ସପ୍ତାହ ଅବସରରେ ସଡକ ଜନିତ ଦୂର୍ଗଟଣା ହ୍ରାସ କରିବାକୁ ହେଲେ ଟ୍ରାଫିକ ନୀୟମକୁ କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ.ଆର.ଟି.ଓ. ପ୍ରିୟବତ୍ତ ମହାନ୍ତି, କନିଷ୍ଠ ମଟରଯାନ ନୀରିକ୍ଷକ ପଦ୍ମଜା ମହାନ୍ତି, ଆଂଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ନିର୍ମଳ କୁମାର ଦାସ, କମଳଲୋଚନ ଦାସ, ବିଜୟ ମଲ୍ଲିକ, ମାନସ ମିଶ୍ର, ବିଶ୍ୱଜିତ ପାଣି, ରବୀନ୍ଦ୍ର ପାତ୍ର, ସଞ୍ଜୟ ସାମଲ, ଅବିନାଶ ବ୍ରହ୍ମଚାରୀ ଓ ସନ୍ଧାନ ବେହେରା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ