ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଓ ସମ୍ବର୍ଦ୍ଧନା ସଭା

ଆଖୁଆପଦା, (ବସନ୍ତ କୁମାର ବେହେରା) ; ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧିନ ନମକଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନାଆମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା, ସାଧନକେନ୍ଦ୍ର ସଂଯୋଜକ କୈଳାସ ଚନ୍ଦ୍ର ସାମଲ, ଅଶୋକ କୁମାର ରାଉତ, ପରିଚାଳନା କମିଟି ସଭାପତି ଜଗବନ୍ଧୁ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ସାହୁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶିକ୍ଷକ ଆନନ୍ଦ ଚନ୍ଦ୍ର ପାଢୀ ଅତିଥିପରିଚୟ ପ୍ରଦାନ, ୱାର୍ଡସଭ୍ୟ ପ୍ରତାପ ମହାନ୍ତି ମାନପତ୍ର ପଠନ କରିଥିବାବେଳେ ଛାୟାନାଥ ପଣ୍ଡା ସ୍ୱାଗତଭାଷଣ ଓ ବାର୍ଷିକବିବରଣୀ ପାଠ କରିଥିଲେ । ଶିକ୍ଷକ ପିତାମ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷକ,ଶିକ୍ଷୟତ୍ରୀ ଗଦାଧର ଦାସ, ବସନ୍ତ କୁମାର ଦାସ, ନରେନ୍ଦ୍ର ପ୍ରସାଦ ବେହେରା, ମହେଶ୍ୱର ଦାସ, ପ୍ରଦୀପ କୁମାର ନାୟକ, ଗୋଦାବରୀ ପ୍ରଧାନ, ସୁମିତ୍ରା ନାୟକ, ନରେଶ କୁମାର ଜେନା, ଜୟନ୍ତ କୁମାର ଜେନା, ପରକ୍ଷିତ ଜେନା, ଭୂପେଶ ଲେଙ୍କା, କ୍ଷଣପ୍ରଭା ବେହେରା, ମମତାମଞ୍ଜରୀ ରାଉତ, କେଶବ ଚନ୍ଦ୍ର ନାୟକଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ