ସିୟୁଟିଏମ୍ରେ ଏନ୍ଇଇଟି ପରୀକ୍ଷା ପରିଚାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ପ୍ରଥମଥର ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି) ପରିଚାଳିତ ହୋଇଛି । ପାରଳାଖେମୁଣ୍ଡିରେ ସେଞ୍ଚୁରିୟନ ପବ୍ଲିକ୍ ସ୍କୁଲ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ସର୍ବମୋଟ ୨୭୨ ଜଣ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୧୮୦ ଜଣ ପ୍ରାର୍ଥୀ ସେଞ୍ଚୁରିୟନ ପବ୍ଲିକ ସ୍କଲରେ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ପରିଚାଳନା ପାଇଁ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସୁନୀତା ପାଣିଗ୍ରାହୀ, ନଗର ସଂଯୋଜିକା ଭାବେ ପରିଚାଳନା କରିଥିଲେ । ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଶାସନ ଡ. ଦୁର୍ଗା ପ୍ରସାଦ ପାଢୀ ଏବଂ ଡ. ସୁଶାନ୍ତ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିଲେ ଏବଂ କେନ୍ଦ୍ର ଅଧିକ୍ଷକ ଭାବେ ଜେକେ ନାୟକ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ପରୀକ୍ଷା କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ ।


