ବିଧବା ଭତ୍ତାରୁ ବଂଚିତ ସଞ୍ଜୁଲତା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନଈପାରିଗଢିଆ ୧୦ନଂ.ୱାର୍ଡର ସ୍ୱର୍ଗତ ଅକ୍ଷୟ ପରିଡାଙ୍କ ପତ୍ନୀ ସଞ୍ଜୁଲତା ବିଧବା ଭତ୍ତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୧ ବର୍ଷ ତଳେ ସଞ୍ଜୁଲତାଙ୍କ ସ୍ୱାମୀ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱାମୀ ଚାଲିଯିବା ପରେ ୨ ଝିଅ ଓ ପୁଅକୁ ନେଇ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ବିଧବା ଭତ୍ତା ପାଇଁ ଅନ୍‌ଲାଇନ କରିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ବିଧବା ଭତ୍ତା ମିଳିପାରିନାହିଁ । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ