ବିପୁଳ ପରିମାଣର ଗୁଟଖା ଜବତ, ୧ ଗିରଫ
କୁକୁଡାଖଣ୍ଡି, (ଯୁଗାବ୍ଦ ନ୍ୟୁଜ୍):ବେଆଇନ ଗୁଟୁଖା କାରଖାନା ର ଭୂସ୍ବଗ ପାଲଟିଥିବା ସଦରଥାନା ଇଲକାରେ ପୁଣି ଥାନା ଠାରୁ ୩କିମି ଦୂର ରେ ଥିବା ବେଆଇନ ଗୁଟୁଖା କାରଖାନା ଉପରେ ଚଢଉ କରିଛି ପୋଲିସ । ଦୀର୍ଘ ବର୍ଷ ଧରି ବାଉସିଆପଲ୍ଲୀ ନିକଟରେ ଥିବା ଏକ ବେଆଇନ ଗୁଟୁଖା କାରଖାନା ଉପରେ ସଦରପୋଲିସ ଚଢଉକରି ୨୧ ବସ୍ତା ଡିଲକ୍ସ ମିକ୍ସଗୁଟୁଖା,୧୩ବଣ୍ଡଲ ଜରିରୋଲ ଜବତ କରିବା ସହ ବଡବଜାର ଥାନା ଅଧିନ କାଳୁପାତ୍ର ସାହି ର ଗୋଦାମ ଘରେ ମଧ୍ୟ ଚଢଉ କରିଛି।ମାଲିକ ରବିନ୍ଦ୍ର ସାହୁ(୪୪)କୁ ଗିରଫ କରିଛି।ଏନେଇଥାନା ରେ ୧୯୭/୧୯ ରେ ଏକ ମାମଲା ରୁଜୁ କରିଛି।ବହୁବଷ ଧରି ଉକ୍ତ ସ୍ଥାନରେ ବେଆଇନ ଗୁଟୁଖା ପ୍ରସ୍ତୁତି ହେଉଛି ,ପୂର୍ବରୁ ୩ ଥର ପୋଲିସ ଉକ୍ତ କାରଖାନା ଉପରେ ଚଢଉ କରିଛି କିନ୍ତୁ ପରିସ୍ଥିତି “ଯଥାପୂବଂତଥାପରଂ ” ପରି ଲାଗୁଛି। ମାଲିକ ଜଣକ ପୂର୍ବଅରୁ ଗିରଫ ହୋଇ ଜେଲରୁ ଜାମିନରେଆସିବା ପରେକିଛି ଅସାଧୁ ପୋଲିସ କର୍ମଚାରିଙ୍କୁ ହାତ କରି ପୂର୍ଣ୍ଣବାର ବେଆଇନ କାରବାର ର ସାମ୍ରାଜ୍ୟ ଚଲାଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ଗୋଟିଏ ବ୍ୟକ୍ତି ନିର୍ଦ୍ଧଷ୍ମ ଏକ ବ୍ୟବସାୟକୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ତାନରେ ବେଆଇନ ଭାବେ କରିଆସୁଛି । ଫଳରେ ସାଧାରଣ ଜନତାଙ୍କ ମନରେ ପୋଲିସର କାର୍ଯ୍ୟ ଶୈଳିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ କିଛି ବୁଦ୍ଧିଜୀବି ପ୍ରକାଶ କରିଛନ୍ତିି ଯେ ପୋଲିସ ଏଠି ଭୂତ ହୋଇ ଲାଗି ଗୁଣିଆ ହୋଇ ଝାଡିବା ନ୍ୟାୟରେ କାର୍ଯ୍ୟକରି ଚାଲିଛି । ।ଗଣମଧ୍ୟମ ଚେତାଇଲେ ଚେତୁଛି ପୋଲିସ ।ଆହୁରି ବେଆଇନ ଗୁଟୁଖା କାରଖାନା ବେଧଡକ ଭାବେ ଚାଲିଛି କିନ୍ତୁ ପୋଲିସ ସେଗୁଡିକୁ ହାତମାରିପାରୁନାହିଁ ।


