ସୋସୋରେ ବିବେକାନନ୍ଦ ଜୟନ୍ତୀ ସମାରୋହ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସୋସୋ ବିବେକାନନ୍ଦ ଯୁବକସଂଘ ପକ୍ଷରୁ ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ସୋସୋ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନୋଜ ମଞ୍ଜରୀ ମଲ୍ଲିକ, ମଞ୍ଜୁଲତା ରାଉତ, ମୋହନ କୁମାର ମହାନ୍ତି, ଶଙ୍ଖାଳି ଚରଣ ରାଉତ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଜାତୀୟ ଯୁବ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଭାପତି ଶ୍ରୀମନ୍ତ କୁମାର ରାଉତ ମଞ୍ଚ ସଞ୍ଚାଳନ କରିଥିବାବେଳେ ବରିଷ୍ଠ ଉପଦ୍ଦେଷ୍ଟା ବିଷ୍ଣୁପଦରଜ ମହାନ୍ତି,ଶରତ ରାଉତ, ଦେବେନ୍ଦ୍ର ପଣ୍ଡିତ, ରାଜେନ୍ଦ୍ର ଦାସ, ଜୁମା ଖାନ, ଅଭି ସେଠି ପ୍ରମୁଖ ଉପସ୍ଥିତ ଥିବାବେଳେ ବିମଳ ଦୋରା, ରାଜେଶ ଦୋରା, ସୌମ୍ୟ ରାଉତ, କାବୁଲ ଦେହୁରୀ, ରଞ୍ଜନ ରଣା, ଚନ୍ଦନ ନାୟକ, ଚିଣ୍ଟୁ ସିଂ, ସତ୍ୟପ୍ରଜ୍ଞା, ଶ୍ରବଣ ରାଉତ, ରୋମିଓ ରାଉତ, ଭରତ ବିନ୍ଧାଣି, ସତ୍ୟ ସିଂ, ରମେଶ ଦେହୁରୀ, ଅଭିଜିତ ରାଉତ, ଅନିଲ ରାଉତ, ଜଗା ସିଂ, ଦେବାଶିଷ ପ୍ରଧାନ, ହରପ୍ରୀୟା ରାଉତ, ଦେବବଞ୍ଛିତା ପ୍ରଧାନ, ମିତାରାଣୀ ପତିଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ