ବିବାହିତା ଯୁବତୀକୁ ଥାନା ମାଧ୍ୟମରେ ପରିବାରକୁ ହସ୍ତାନ୍ତର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ବ୍ଲକ ହୁମ୍ବରୀ ଖଟିଆ ଗ୍ରାମର ଜଣେ ବିବାହିତା ଯୁବତୀଙ୍କୁ ଛତ୍ରପୁର ଅଞ୍ଚଳର ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଏସ୍ଡିଜେଏମ୍ କୋର୍ଟ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ଉଦ୍ଧାର କରି ଥାନା ମାଧ୍ୟମରେ ପରିବାରକୁ ହସ୍ତାନ୍ତର କରାଯାଇଛି । ବିବାହିତା ଯୁବତୀଙ୍କୁ କୌଣସି କାରଣରୁ ନିଜ ଗ୍ରାମଠାରୁ ଛତ୍ରପୁର ଅଞ୍ଚଳକୁ ଆସିଥିଲେ । ଏଭଳି କି ସେ କେଉଁ ଅଞ୍ଚଳକୁ ଆସିଛନ୍ତି ତାହା ଜାଣି ପାରୁନଥିଲେ । କଥା ମଧ୍ୟ ଭଲ ଭାବରେ ପାଟିରୁ ବାହାରୁ ନଥିଲା । କେବଳ ନିଜ ନାମ ଏବଂ ଗ୍ରାମ ଛଡା ଅନ୍ୟ କିଛି କହି ପାରୁନଥିଲେ । ପୁରୁଣା ଛତ୍ରପୁର ଅଟୋ ଷ୍ଟାଣ୍ଡ ନିକଟରେ ଯୁବତୀ ଜଣକ ଘୁରି ବୁଲୁଥିବା ବେଳେ ଛତ୍ରପୁର ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନର ଏସ୍.ରାମକ୍ରିଷ୍ଣା ଓ ମାଧବ କାୟା ପ୍ରମୁଖ ଉଦ୍ଧାର ଯୁବତୀଙ୍କୁ ସାହାରା ଦେବା ପରେ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟର କ୍ୟାଡର ଏପିପି ଶ୍ରୀ ମିଶ୍ର୍ଙ୍କୁ ଜଣାଇବା ପରେ ସେମାନଙ୍କ ସହଯୋଗରେ ପ୍ରଥମେ ଯୁବତୀଙ୍କୁ ଛତ୍ରପୁର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ପରେ ଗଞ୍ଜାମ ଥାନା ପୁଲିସ ମାଧ୍ୟମରେ ଯୁବତୀଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।


