ବିଭିନ୍ନ ଦାବି ନେଇ ଆୟୁଷ ବିକାଶ ମଞ୍ଚର ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ନବଗଠିତ ବାଲେଶ୍ୱର ଆୟୁଷ ବିକାଶ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ବାଲେଶ୍ୱର ଜିଲାରେ ଏକ ଆୟୁର୍ବେଦ ମେଡିକାଲ୍ କଲେଜ୍ ପ୍ରତିଷ୍ଠା, ଜିଲା ମୁଖ୍ୟ ଚିକିତ୍ସାଳୟରେ ଆୟୁର୍ବେଦୀୟ ବହିଃ ଚିକିତ୍ସା ଆରମ୍ଭ, ସରକାରୀ ମଞ୍ଜୁରୀପ୍ରାପ୍ତ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ଚିକିତ୍ସାଳୟ ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଯୋଗ ବିଭାଗ ଖୋଲିବାସହ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଯୋଗଶିକ୍ଷା ଦେବା ଓ ଆୟୁର୍ବେଦର ସାମଗ୍ରିକ ବିକାଶର ଧାରାକୁ ଅଧିକ କ୍ରିୟାଶୀଳ କରବା ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ମଞ୍ଚର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ସାକ୍ଷାତ ସହ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ଆୟୁଷ ବିକାଶ ମଞ୍ଚର ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ଜେନା, ଉପ-ସଭାପତି ଡା. ପ୍ରଭାକର ରଥ, ସମ୍ପାଦକ ହିମାଂଶୁ ଶେଖର ଦାସ, ସହ ସମ୍ପାଦକ ଡା. ପ୍ରଭାତ ରଞ୍ଜନ ପ୍ରଧାନ, କୋଷାଧ୍ୟକ୍ଷ ଡା. ସୁଧାଂଶୁ ଶେଖର ଦାଶ, କାର୍ଯ୍ୟକାରୀ ସଭ୍ୟ ଡା. ପ୍ରମୋଦ କୁମାର ରାଉତ, ଡା. ମଧୁସୂଦନ ଜେନା, ଡା. ଜୟନ୍ତ କୁମାର ପ୍ରଧାନ, ଡା. ସମାପିକା ପରିଡ଼ା, ଡା. ଲକ୍ଷ୍ମୀକାନ୍ତ ହୋତା, ଉପଦେଷ୍ଟା ନିରଞ୍ଜନ ପରିଡ଼ା, ଅଶୋକ କୁମାର ଦାସ, ଡା. ପୁରସ୍ତମ ସିଂ, ଡା. ତ୍ରିଲୋଚନ ଧଳ ମେଡିକାଲ୍ କମିଟିର ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଯୁବ ସମାଜସେବୀ ବିକ୍ରମ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ